କଂସମୁଣ୍ଡାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଅନୁଗୁଳ/ଜ୍ୟୋତିରଞ୍ଜନ ଧର : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ତଥା ପଞ୍ଚାୟତ ଅଧିନସ୍ଥ କଂସମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟଟି ଏକ ଅଗ୍ରଣୀ ସାମାଜିକ ସଂଗଠନ ଜୀବନସାଥି ଫାଉଣ୍ଡେସନର ଆନୁକୁଲ୍ୟରେ ଲଷ୍ମୀପୂଜା କମିଟି ସହଯୋଗ କ୍ରମେ ଶିବିରଟି ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣିଆ ଆଇଆଇସି କିଶୋର କୁମାର ସାମଲ ଯୋଗ ଦେଇଥିଲେ । କୋଭଡି ଓ ଡେଙ୍ଗୁର ଭୟାବହତାକୁ ଆଖି ଆଗରେ ରଖି ବର୍ତ୍ତମାନ ପରିସ୍ଥିତିରେ ରକ୍ତ ଅଭାବର ଦୂରୀକରଣ ପାଇଁ ଜୀବନସାଥି ଫାଉଣ୍ଡେସନର ଏହି ଅଭିନବ ପ୍ରୟାସକୁ ଉପସ୍ଥିତ ଅତିଥିମାନେ ପଶ୍ରଂସା କରିଥିଲେ । ଏହି ରକ୍ତଦାନ ଶିବିରରେ ୧୦୧ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।ଆଗାମୀ ଦିନରେ ଜୀବନସାଥି ଫାଉଣ୍ଡେସନ୍ ପକ୍ଷରୁ ବହୁ ସାମାଜିକ କାର୍ୟ୍ୟକ୍ରମ ଆୟୋଜନ କରାଯିବ ବୋଲି ଆୟୋଜକ ସଭାପତି ଯୋଗେନ୍ଦ୍ର ବେହେରା ମତ ପ୍ରକାଶ କରିଥିଲେ।ଆୟୋଜକ ଜୀବନସାଥି ଫାଉଣ୍ଡେସନର ସଭାପତି ଯୋଗେନ୍ଦ୍ର ବେହେରା ଙ୍କ ସମେତ କଣିହାଁ ଥାନାର ଏସ୍ ଆଈ ତ୍ରୀଲୋଚନ ଖଟୁଆ,ଏ ଏସ୍ ଆଈ ସୋରଜ କୁମାର ଦାସ ,ଅଗ୍ନିଶମ ଅଧିକାରୀ ଲଳିତ ମୋହନ ବେହେରା,ବିଜୟ କୁମାର ବେହେରା,ସିଦ୍ଧାର୍ଥଶେଖର ପ୍ରଧାନଙ୍କ ସମେତ ଜୀବନ ସାଥି ଫାଉଣ୍ଡେସନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟଟିକୁ ସୂଚାରୁ ରୂପେ ତୁଲାଇଥିଲେ।