ବିଜେଡି କାର୍ଯ୍ୟାଳୟରେ ନବ ନିର୍ବାଚିତ ସରପଞ୍ଚ ଏବଂ ନୋମିନିଙ୍କ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକର ରାମପୁରରେ ଥିବା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବ୍ଲକର ସମସ୍ତ ନବନିର୍ବାଚିତ ସରପଞ୍ଚ ଏବଂ ସରପଞ୍ଚ ନୋମିନି ମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ରମେଶ ପୂଜାରୀ, ଡୁଙ୍ଗୁରିପାଲି ବ୍ଲକ ଉପାଧ୍ୟକ୍ଷ ବେଲାର ସାହୁ, ସମାଜ ସେବୀ ଉମେଶ ପୂଜାରୀ ଉପସ୍ଥିତିରେ ସର୍ବ ସମ୍ମତି କ୍ରମେ ରାମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ମନୋଜ ପୁରୋହିତଙ୍କୁ ଡୁଙ୍ଗୁରିପାଲି ବ୍ଲକ ସରପଞ୍ଚ ସଙ୍ଘ ସଭାପତି, ଇଛାପୁର ସରପଞ୍ଚ ଉପସଭାପତି ଏବଂ ସମଲେଇ ଚୁଆଁ ସରପଞ୍ଚ ବିଭୁଦତ୍ତ ରାଜହଂସ ସାଧାରଣ ସମ୍ପାଦକ, ଦିଗଶିରା ସରପଞ୍ଚ କୌଶଲ୍ୟା ମେହେର କୋଷାଧ୍ୟକ୍ଷ ରୂପେ ମନୋନୀତ କରାଗଲା । ପୁଣି ସରପଞ୍ଚମାନଙ୍କ ପ୍ରସ୍ତାବ କ୍ରମେ ସିନିଅର ସରପଞ୍ଚ ତିନି ଜଣଙ୍କୁ ପରାମର୍ଶ ଦାତା ଏବଂ ଦଶ ଜଣ ସରପଞ୍ଚଙ୍କୁ ନେଇ କାର୍ଯ୍ୟକାରୀ କମିଟି ଗଠନ କରାଗଲା ।