ବିଭିନ୍ନ ସମସ୍ୟା ନେଇ ସାଂସଦ ଶ୍ରୀଯୁକ୍ତ ମାଝୀଙ୍କ ବୈଠକ ଅନୁଷ୍ଠିତ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀଙ୍କୁ ମାଲକାନଗିରି ସ୍ଥିତ ସର୍କିଟ ହାଉସରେ ନବ ନିଯୁକ୍ତ ଜିଲ୍ଲାର ବିଜୁ ଯୁବ ଜନତାଦଳର ସଭାପତି ଶ୍ରୀଯୁକ୍ତ ଆଡମା ରାବା ଓ ବିଜୁ ଛାତ୍ର ଜନତାଦଳର ସଭାପତି ଶ୍ରୀଯୁକ୍ତ ତାପସ ରଞ୍ଜନ ନାୟକ କର୍ମୀ ମାନଙ୍କ ସହ ସାକ୍ଷାତ କରିବା ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ସାଂସଦ ବ୍ଲକ ପଞ୍ଚାୟତ ଏବଂ ମ୍ୟୁନିସିପାଲଟିର ୱାର୍ଡ ସ୍ତରୀୟ କମିଟି ଗଠନ ନିମନ୍ତେ ପ୍ରାଧାନ୍ୟ ଦେବା ସହ ଯୁବ ଛାତ୍ରଙ୍କୁ ଲୋକମାନଙ୍କ ସହିତ ସେମାନଙ୍କ ଅସୁବିଧା ସମୟରେ ଛିଡା ହେବାକୁ କହିଥିଲେ । ଏହା ସହ ମାଲକାନଗିରି ମ୍ୟୁନିସିପାଲିଟିର ୱାର୍ଡରେ ଥିବା ତଥା ରାସ୍ତା,ପାନୀୟଜଳ ଯୋଗାଣ, ଆଲୋକୀକରଣ ଓ ସ୍ଵଚ୍ଛତା ଆଦି ସମସ୍ୟା ଉପରେ ଅଧିକ ଗୁରୁତ୍ବ ଦେଇ ସେ ସବୁର ତୁରନ୍ତ ସମାଧାନ ନିମନ୍ତେ ଆଗାମୀ ଦିନରେ ଯୁବ ଓ ଛାତ୍ର ମାନଙ୍କୁ ୱାର୍ଡ ସ୍ତରରେ ସଂଗଠିତ କରି ସେମାନଙ୍କ ସହ ସବୁ ୱାର୍ଡକୁ ନିଜେ ପରିଭ୍ରମଣ କରିବେ କହିବା ସହ ସ୍ଥାନୀୟ ବସ୍ ଷ୍ଟାଣ୍ଡର ଅବ୍ୟବସ୍ଥା କଥା ଶୁଣି ତୁରନ୍ତ ମ୍ୟୁନିସିପାଲିଟିର ପୂର୍ବତନ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ ବାରିକଙ୍କୁ ଯୁବ ଓ ଛାତ୍ର ଟିମକୁ ନେଇ ସେ ସବୁର ପରିଦର୍ଶନ କରି ମାନ୍ୟବର ସାଂସଦଙ୍କୁ ଜଣାଇବା ଲାଗି କହିଥିଲେ । ବୈଠକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ମାଡକାମୀ, ବରିଷ୍ଠ ନେତା ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପଣ୍ଡା, ଯୁବ ନେତା ଜଗନ୍ନାଥ ମାଝୀ,ରାଜୁ ଶିଶା,ବିନୋଦ ଦେଶୀୟାନାୟକ,କଣ୍ଟେସ ପୋଟଲା, ମୋନାଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।