ପାରାଦୀପ : ବନ୍ଦର ନଗରୀ ପାରାଦୀପ ରେ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପାରାଦୀପ ଜୟଦେବସଦନ ପଡିଆରେ ଏହି ବିଶାଳ ସମାବେଶରେ ବିଶିଷ୍ଟ ସର୍ବଭାରତୀୟ ଶ୍ରମିକ ନେତା ଶ୍ରୀଯୁକ୍ତ ଘନଶ୍ୟାମ ଜେନା ଯୋଗ ଦେଇ ଆଗାମୀ ଦିନରେ ଶ୍ରମିକ ମାନଙ୍କ ସମସ୍ୟା କମ୍ପାନୀ ମାନେ ନଶୁଣିଲେ ଲଢେଇ ଆରମ୍ଭ ହେବ ବୋଲି ଚେତାବନୀ ଦେଇଛନ୍ତି । ଶ୍ରମିକ ମାନେ ବିଭିନ୍ନ କମ୍ପାନୀ ଓ ଠିକାଦାର ଙ୍କ ଦ୍ଵାରା ନିର୍ୟ୍ୟାତିତ ହେଉଥିବା ବେଳେ ସେମାନଙ୍କୁ ଉଚିତ୍ ଦରମା ପ୍ରଦାନ , ନିରାପତ୍ତା ସମାଗ୍ରୀ ଯୋଗାଇବା, ମାସିକ ଛୁଟି ଓ ଛୁଟି ସମୟର ଦରମା, ବୋନସ, ଓ ବିଭିନ୍ନ ବେନିଫିଟ୍ ପ୍ରଦାନ କରିବାରେ କେତେକ କମ୍ପାନୀ ଓ ଠିକାଦାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ତୁରନ୍ତ ଏହାର ସମାଧାନ ଦିଗ ସେମାନେ ପଦକ୍ଷେପ ଗ୍ରହଣ କରିବା ପାଇଁ ଶ୍ରୀଯୁକ୍ତ ଜେନା ଶ୍ରମିକ ସମାବେଶ ରେ ଉଦ୍ବୋଧନ ମାଧ୍ୟମ ରେ ପ୍ରକାଶ କରିଥିଲେ । ତାଙ୍କ ସହ ଏଫ୍ ସି ଆଇ ୟୁନିୟନର ଅତିରିକ୍ତ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ତନ୍ମୟ ଜେନା , ଯୁଗ୍ମ ସମ୍ପାଦକ ଆର୍ ଏନ୍ ଦାସ , ପ୍ରମୁଖ ଯୋଗ ଦେଇ ଶ୍ରମିକ ମାନଙ୍କୁ ଉଦବୋଧନ ଦେଇଥିଲେ ।