ଯାଜପୁର : ଲଭ, ସେକ୍ସ, ଧୋକା । ଜଣେ ବିବାହିତା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଜଣେ ବିବାହିତ ପୁରୁଷ ଦୀର୍ଘଦିନ ହେବ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । କିନ୍ତୁ ପରେ ପୁରୁଷ ଜଣଙ୍କ ମହିଳାଙ୍କୁ ବିବାହ କରିବାକୁ ମନା କରିଦେଇ ଥିଲେ | ଯାହାପରେ ମହିଳା ଜଣଙ୍କ ସମ୍ପୃକ୍ତ ଯୁବକଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି ।
ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଂଚଳରେ । ମିଳିଥିବା ଖବର ଅନୁଯାଇ ବିଞ୍ଝାରପୁର ଥାନା ଅନ୍ତର୍ଗତ ଆଉଁରୀ ଗ୍ରାମର ଜୈନିକା ବିବାହିତା ୨୯ ବର୍ଷିୟା ମହିଳାଙ୍କୁ ସ୍ଥାନୀୟ ମଥୁରୀ ମଲ୍ଲିକଙ୍କ ବିବାହିତ ପୁଅ ମହେଶ୍ୱର ମଲ୍ଲିକ(୩୪) ଦୀର୍ଘଦିନ ହେବ ପ୍ରେମ କରିଆସୁଥିଲା । ଏହି ବିବାହିତା ମହିଳା ଜଣଙ୍କୁ ମହେଶ୍ୱର ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ମଧ୍ୟ ରଖିଆସୁଥିଲା । ମାତ୍ର ମହିଳାଙ୍କୁ ଏବେ ମହେଶ୍ୱର ବିବାହ କରିବାକୁ ମନାକରିଦେବାରୁ ମହିଳା ଜଣଙ୍କ ମହେଶ୍ୱରଙ୍କ ବିରୁଦ୍ଧରେ ଲଭ, ସେକ୍ସ, ଧୋକା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।
ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ସମ୍ପକ୍ତ ପୁରୁଷ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ କରିବା ପରେ ପୁଲିସ ମହିଳାଙ୍କ ଅଭିଯୋଗକୁ ଭିତିକରି ୫୨୬/୨୨ରେ ମାମଲା ରୁଜ କରିବା ସହିତ ଆଜି ମହିଳାଙ୍କ ଡାକ୍ତରୀ ମାଇନା କରାଇଛି । ଏହି ଘଟଣାରେ ପୁଲିସ ମହେଶ୍ୱରଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।