ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁ କୋର୍ଟ । ଯୁବକଙ୍କୁ ଉଲଗ୍ନ କରି ପିଟିଲେ ଉତ୍ୟକ୍ତ ଲୋକେ। ମୋବାଇଲ ଚୋରି ଅଭିଯୋଗରେ ଯୁବକଙ୍କୁ ଉଲଗ୍ନ କରି ଖୁଣ୍ଟରେ ବାନ୍ଧି ପିଟିଲେ ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହି ଘଟଣା ଗତ ଶୁକ୍ରବାର ରାତିରେ ପଳାଶୁଣୀ ହାଟର ବୋଲି ଜଣାପଡିଛି । ଆଇନକୁ ହାତକୁ ନେଇ କିଛି ବ୍ୟକ୍ତି ଯୁବକଙ୍କ ଯୌନାଙ୍ଗକୁ ଚପଲରେ ବାଡେଇବା ସହ ଉତ୍ୟକ୍ତ ଲୋକେ ତାଙ୍କ ମୁଁହ ରେ ଛେପ ମଧ୍ୟ ପକାଇଥିବା ଭିଡିଓ ଦେଖିବାକୁ ମିଳିଛି । ପୋଲିସ ଖବର ପାଇ ଘଟଣା ସ୍ଥଳ ରେ ପହଂଚି ଯୁବକଙ୍କୁ ଉଦ୍ଧର କରିଛି ।