(ରଜନୀ କାନ୍ତ ପାତ୍ର / ହିଞିଳି) ; କୋରୋନାର ଦ୍ବିତୀୟ ଲହର ସଂକ୍ରମଣକୁ ନେଇ ସାରା ରାଜ୍ୟରେ ନାଇଟ କଫ୍ୟୁ ଜାରି କରିଛି ସରକାର । ହେଲେ ଆଜି ଠାରୁ ବ୍ରହ୍ମପୁର ସହରରେ ହେବାକୁ ଥିବା ଏହି ନାଇଟ୍ କଫ୍ୟୁ ପୂର୍ବରୁ ବ୍ରହ୍ମପୁର ସହରରେ ପୋଲିସ ପକ୍ଷରୁ ମିଳିତ ପାଟ୍ରୋଲିଙ୍ଗ ମାଧ୍ୟମରେ ସଚେତନତା ଆରମ୍ଭ କରାଯାଇଛି ।ବ୍ରହ୍ମପୁର ପୋଲିସର ବିଭିନ୍ନ ଥାନାର ଅଧିକାରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଅଧିକାରୀ ମାନେ ସହରର ପ୍ରମୁଖ ଛକ, ବଜାରରେ ଏହି ସଚେତନତା କରାଯିବା ସହିତ ଆଜି ଠାରୁ ରାତ୍ର ୯ ଘଣ୍ଟା ଠାରୁ ସକାଳ ୫ ଟା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ ବୋଲି ମହାନଗର ନିଗମ ପକ୍ଷରୁ ଟୁଇଟ୍ ମାଧ୍ୟମରେ ଅବଗତ କରାଯାଇଛି ।