ଗଞ୍ଜାମ: ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରଟି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରେ ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାଏ ଯୋଗଦେଇ ଅଭିଯୋଗ ଶୁଣାଣି କରିଥିଲେ । ଏହି ଶିବିରରେ ରାସନ କାର୍ଡରୁ ବଂଚିତ, ବିଭିନ୍ନ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ରାସ୍ତାଘାଟ , ପାନୀୟ ଜଳ ସମସ୍ୟା, ବ୍ୟକ୍ତି ଗତ ସ୍ଵାସ୍ତ୍ୟ ସମସ୍ୟା ରେ ସହାୟତା , ଦିବ୍ୟାଙ୍ଗ ଉପକରଣ ପାଇଁ , ଆଇନ ସୁରକ୍ଷା, ବିବାଦୀୟ ଜମିଜମା, ମହିଳା ଗୋଷ୍ଠୀ, ବିଦ୍ୟୁତ ବିଲ ସମସ୍ୟା ,ଆଦି ବିଷୟରେ ମୋଟ ୨୭୪ଟି ଅଭିଯୋଗ ଆସିଥିଲା । ଏଥିରେ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର , ପ୍ରକଳ୍ପ ନିର୍ଦେଶକ ଭି. କିର୍ତ୍ତୀଭାଷନ,ବାସୁଦେବ ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଗୁଡିକ ଗ୍ରହଣ କରିଥିଲେ ।