ରାମ ଲଲ୍ଲାଙ୍କ ପାଇଁ ଆସିବ ମାର୍ବଲ ପଥରରେ ନିର୍ମିତ ସୁନାଛାଉଣି ହୋଇଥିବା ସିଂହାସନ

ଅଯୋଧ୍ୟା: ଅଯୋଧ୍ୟାରେ ଯୋରନାରରେ ଚାଲିଛି ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ । ରାମ ଲଲ୍ଲାଙ୍କା ପାଇଁ ମାର୍ବଲ୍ ପଥରରେ ଖୋଦେଇ କରାଯାଇ ସୁନା ଛାଉଣି କରାଯାଇଥିବା ଏକ ସିଂହାସନ ନିର୍ମାଣ କରାଯାଉଛି । ଯାହାର ଉଚ୍ଚତା ୮ଫୁଟ ରହିବ ବୋଲି ‘ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍ର’ ଘୋଷଣା କରିଛି । ଏହି କାର୍ଯ୍ୟରେ ରାଜସ୍ଥାନର କୁଶଳୀ କାରିଗରମାନେ ନିୟୋଜିତ ହୋଇଥିବା ବେଳେ ଡସେମ୍ବର ୧୫ ତାରିଖ ସୁଦ୍ଧା ତାହା ଅଯୋଧ୍ୟାରେ ପହଞ୍ଚିଯିବ ବୋଲି ‘ଟ୍ରଷ୍ଟ୍ର’ ସୂଚନା ଦେଇଛି । ସେପଟେ ମନ୍ଦିର କାର୍ଯ୍ୟ ଆଗେଇ ଚାଲିଥିବାରୁ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍’ ପ୍ରଭୁ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା (ଉଦ୍ଘାଟନୀ ପୂଜା) ତାରିଖ ଘୋଷଣା କରିଛି। କାମ ଯେଉଁ ହାରରେ ଚାଲିଛି ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଏହି ବିଶାଳ ମନ୍ଦିରର ତଳମହଲା ଡିସେମ୍ବର ୧୫ ତାରିଖ ସୁଦ୍ଧା ପ୍ରସ୍ତୁତ ହୋଇଯିବ। ଠିକ୍ ସେତିକି ବେଳକୁ ସୁନାଛାଉଣି କରାଯାଇଥିବା ସିଂହାସନ ଆସି ସେଠାରେ ପହଞ୍ଚିଯିବ ବୋଲି କୁହାଯାଉଛି ।