ଭୁବନେଶ୍ୱର: କୃଷି ଭବନ ଛାତ ଉପରେ ଉଦଘାଟିତ ହୋଇଛି ମୁକ୍ତାକାଶ ପାଠାଗାର । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଏହି ରୁଫଟଫ୍ ପାଠାଗାରାକୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ଉଦଘଟନ କରିଛନ୍ତି । ଏଥି ସହ ଏହାକୁ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି । ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ଭର୍ଚୁଆଲ ଲାଇବ୍ରେରୀ ଓ ଓଡିଶା ଭର୍ଚୁଆଲ ଏକାଡେମୀର ଉପେଯାଗୀତ ଏବଂ ଆଜିର ଦୁନିଆରେ ପଠନର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ ।
ଏହି ଅବସରରେ ମୁଖ୍ୟ ପରାମର୍ଶଦାତା କୃଷି ଭବନ ପରିସରରେ ମିଲେଟ୍ ମିଶନର ସ୍ୱତନ୍ତ୍ର ସେଲ୍ ଓ ମିଲେଟ ଶକ୍ତି କାଫେ ପରିଦର୍ଶନ କରି ଏହା ଗୁରୁତ୍ୱ ସମ୍ପର୍କରେ ଜଣାଇଥିଲେ । ଏଥିସହ ସେ କୃଷି ଭବନ ଉଦ୍ୟାନ ପରିସରରେ ବୃକ୍ଷରୋପଣ ମଧ୍ୟ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ବହୁ ବରିଷ୍ଠ ପଦାଧିକାରୀ ଯୋଗଦେଇଥିଲେ ।