ପୁରୀରେ ବିମାନବନ୍ଦର ବୁଲି ଦେଖିଲେ ଅଥରିଟି ଅଫ ଇଣ୍ତିଆର ୭ ଜଣିଆ ଟିମ୍

ପୁରି/ଜୟନ୍ତ କୁମାର ସେଠି; ପୁରୀରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ନେଇ ଏକ ୭ ଜଣିଆ ଟିମ୍ ପୁରୀ ଗସ୍ତରେ ଆସିଥିଲେ । ସିପସରୁବାଲିର ସଂପୃକ୍ତ ଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ପ୍ରତି ଅନୁଧ୍ୟାନ କରିଛନ୍ତି । ଉକ୍ତ ପ୍ରକଳ୍ପର ଆର୍ଥିକ- ବୈଷୟିକ ପ୍ରଭାବ ସଂକ୍ରାନ୍ତ ଉପରେ ଏହି ଟିମ୍ ଆକଳନ କରିଛନ୍ତି । ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଉକ୍ତ ଟିମ୍ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ପରେ ଏହି ଦଳ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ସହ ପ୍ରକଳ୍ପର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

 

ପୁରୀରେ ବିମାନବନ୍ଦର ନେଇ ଆଜି ପୁନର୍ବାର ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମ ପକ୍ଷରୁ କରାଯାଇଛି ସର୍ଭେ। ଦିଲ୍ଲିର ୪ ଜଣ ଓ ଭୁବନେଶ୍ବରର ୩ ଜଣ ବିମାନବନ୍ଦର ବିଶେଷଜ୍ଞ କରିଛନ୍ତି ସର୍ଭେ। ପୁରୀ ସଦର ସିପସରୁବାଲି ଅଞ୍ଚଳ ଜାଗାରେ ପହଞ୍ଚି ଏହି ଟିମ୍ କରିଛନ୍ତି ସର୍ଭେ। ଏହି ବୈଷୟିକ ଟିମ ସହ ଉପଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ଥିଲେ। ପୂର୍ବରୁ ମଧ୍ୟ ଏୟାର ପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ଟିମ୍ ପୁରୀ ଗସ୍ତରେ ଆସି ସିପସରୁବାଲି ଅଞ୍ଚଳ ଅନୁଧ୍ୟାନ କରି ଜମିର ମ୍ୟାପ ଓ କାଗଜପତ୍ରର ଅନୁଧ୍ୟାନ କରିଥିଲେ। ପୁରୀରେ ବିମାନବନ୍ଦର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ବେସମାରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏହି ବିମାନବନ୍ଦର ନାମ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ରଖିବା ପାଇଁ ଚିଠିରେ ପ୍ରସ୍ତାବ ରହିଛି।