ଓଡିଶା ପଶ୍ଚିମବଙ୍ଗ ସୀମାନ୍ତବର୍ତୀ ଦୀଘା ସମୂଦ୍ର ବେଳାଭୂମିରେ ଚାରି ଫୁଟ ଲମ୍ବର ଏକ ମୃତ ଡଲଫିନ୍ ଉଦ୍ଧାର

ଜଳେଶ୍ୱର/ଅଜିତ ସାହୁ: ଓଡିଶା ପଶ୍ଚିମବଙ୍ଗ ସୀମାନ୍ତବର୍ତୀ ଦୀଘା ସମୂଦ୍ର ବେଳାଭୂମି ରେ ଆଜି ସକାଳେ ଚାରି ଫୁଟ ଲମ୍ବର ଏକ ମୃତ ଡଲଫିନ୍ ଉଦ୍ଧାର ହୋଇଛି । ଏହି ମୃତ ଡଲଫିନ ଟି ବେଳାଭୂମି ରେ ପଡିଥିବା ଦେଖି ପର୍ୟ୍ୟଟକ ମାନେ ଜଙ୍ଗଲ ବିଭାଗ କୁ ଖବର ଦେଇଥିଲେ, ଜଙ୍ଗଲ ବିଭାଗର କର୍ମଚାରୀ ମାନେ ମୃତ ଡଲଫିନ୍ ଉଦ୍ଧାର କରି ପୋଷ୍ଟ ମର୍ଟମ ପରେ ବେଳାଭୂମି ରେ ବାଲି ରେ ପୋତି ଦେଇଥିଲେ । ଏହି ଡଲଫିନ କୁ ଦେଖିବା ପାଂଇ ପର୍ୟ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ଭିଡ ଜମି ଥିଲା, ତେବେ ଏହି ଡଲଫିନ ଟି ଜାଲ ରେ ଲାଗି ମୃତ୍ୟୁ ବରଣ କରିଥିବା ସନ୍ଦେହ କରା ଯାଉଛି ।