ବିଜାତଳା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେରେ ଖାଦ୍ୟମେଳା ଅନୁଷ୍ଠିତ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ରାଇରଙ୍ଗପୁର ଓଡିଶା  ସରକାରଙ୍କ  ପ୍ରୟାସରେ  ରାଜ୍ଯରେ  ମିଲେଟ୍ ମିଶନ ଯୋଜନା କାର୍ଯ୍ୟ କରୁଛି  । ଓଡିଶାବାସୀ  ପୁଷ୍ଟି  ଶସ୍ୟର ଖାଦ୍ୟ  କିପରି  ପାଇବେ  ସେ  ନେଇ  ସଚେତନତା  କାର୍ଯ୍ୟକ୍ରମ  ମଧ୍ଯ  ପ୍ରତ୍ୟେକ  ବ୍ଲକ  ମାନଙ୍କରେ  ଅନୁଷ୍ଠିତ  କରାଯାଉଅଛି  । ବିଶେଷ ଭାବରେ  ଯେଉଁଠି  ଅଧିକ ମାଣ୍ଡିଆ ଚାଷ  କରାଯାଉଅଛି  ଉକ୍ତ  ବ୍ଲକ  ଗୁଡିକରେ  ମିଲେଟ୍  ମିଶନ ଓଡିଶା  ଦ୍ଵାରା  ଚାଷୀମାନଙ୍କ ପାଇଁ ସଚେତନତା   ପୁଷ୍ଟିଶସ୍ୟ  ଖାଦ୍ୟର  ମେଳା  ଅନୁଷ୍ଠିତ  କରାଯାଉଅଛି  ବୋଲି  ଅଧିକାରୀ  ମାନେ  ପ୍ରକାଶ କରିଥିଲେ  । ସେହିପରି  ମୟୁରଭଞ୍ଜ ଜିଲ୍ଲା  ବିଜାତଳାବ୍ଲକ କାର୍ଯ୍ୟାଳୟ ପରିସରରେ   ପୁଷ୍ଟି  ଶସ୍ୟ ଖାଦ୍ୟ ମେଳା  ସ୍ବେଛାସେବୀ ଅନୁଷ୍ଠାନ ‘ଦୁଲାଲ’ ଦ୍ବାରା ଆୟୋଜନ କରାଯାଇଅଛି  । ଉକ୍ତ  ମେଳାକୁ  ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ରାଣୀ ମୁର୍ମୁ ଫିତାକାଟି ଉଦଘାଟନ କରିଥିଲେ। ସମ୍ମାନିତ  ଅତିଥି ବିଡିଓ ଯୋଗ ରଂଜନ ନାୟକ, ଅନ୍ୟତମ ଅତିଥି ତହସିଲଦାର ଜଗବନ୍ଧୁ ମଲ୍ଲିକ, ସହକାରୀ କୃଷି ଅଧିକାରୀ ଅଜୟମହାନ୍ତି, ସିଡିପିଓ ଲଷ୍ମୀ ଖୟା, ଏଭିଓ, ଏଫଓ ସ୍ୱାଗତିକା ସାହୁ, ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ  ଇତିଶ୍ରୀ ପ୍ରିୟଦର୍ଶନୀ, ଦୁଲାଲର ପ୍ରୋଗ୍ରାମ କୋଅର୍ଡିନେଟର ବୁଦ୍ଧିରାମ ସିଂ, ସହ ସଂଯୋଜକ ବିଷ୍ଣୁପଦ ରଣା,  ଏବଂ ‘ଦୁଲାଲ’ ର ଅନ୍ୟ କର୍ମଚାରୀ ପ୍ରମୁଖ ଯୋଗଦାନ କରି ମିଲେଟ ମେଳାର ଶୁଭ ଉଦ୍ଘାଟନ କରିଥିଲେ । କୃଷି ଅଧିକାରୀ ମିଲେଟ ଚାଷ  ମଂଚ ପରିଚାଳନା ସହ ମିଲେଟ ଚାଷ ସମ୍ବନ୍ଧୀୟ ବହୁ ମୂଲ୍ୟବାନ ତଥ୍ୟ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ   ୫୦ଟି ଏସଏଚଜି ଗ୍ରୁପର ମହିଳା ମାନେ ୪୦ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥିଲେ।  ଜୟ ଶ୍ରୀ ରାମ, ଡାଇମଣ୍ଡ, ମା ଅମ୍ବିକା ସ୍ବୟଂ ସହାୟିକା ଗୋଷ୍ଠୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସ୍ୱୟଂ ସହାୟକ ମହିଳା  ମାନେ ସେମାନଙ୍କ ଦ୍ବାରା  ମାଣ୍ଡିଆରେ  ବହୁ ପ୍ରକାରର ଖାଦ୍ୟ  ପ୍ରସ୍ତୁତ କରି ପ୍ରଦର୍ଶନୀ ମେଳାରେ  ଉପସ୍ଥିତ  ସମସ୍ତଙ୍କୁ  ଖାଇବାକୁ  ଦେଇଥିଲେ ।  ଅତିଥି ଗଣ କହିଥିଲେ ମାଣ୍ଡିଆ ପୃଥିବୀର ଏକ ଉତ୍କୃଷ୍ଟ ଶସ୍ୟ । ଯେଉଁଥିରେ ଭରପୁର ଖାଦ୍ୟ ଭିଟାମିନ, କ୍ୟାଲସିୟମ ପୁରି ରହିଛି । ମଧୁମେହ ରୋଗୀଙ୍କ ପାଇଁ ମାଣ୍ଡିଆ ଏକ ଅବ୍ୟର୍ଥ ଔଷଧ ।ରାଜ୍ୟ ଓ କେନ୍ଦ୍ର ସରକାର ଏହାକୁ ଚଳିତ ବର୍ଷ ମିଲେଟ ବର୍ଷ ଭାବରେ ଘୋଷାଣା କରିଛନ୍ତି । ଚାଷୀମାନଙ୍କୁ ବିହନ, ସାର, ପ୍ରତ୍ସୋହନ ରାଶି, ବୈଷୟିକ ଜ୍ଞାନ ସବୁକିଛି ଯୋଗାଇ ଦେଉଛନ୍ତି । ଚାଷୀମାନଙ୍କ ପାଇଁ ଉତ୍ପାଦିତ ଫସଲର ମଧ୍ୟ ଉଚିତ ଦରରେ କ୍ରୟ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ।ଚଳିତ ବର୍ଷ ବିଜାତଳା ବ୍ଳକର ଖରିଫ୍ ଋତୁ ପାଇଁ  ୧୦ ଟି ପଞ୍ଚାୟତରେ ୫୧୫ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଇଛି ଵୋଲି ଦୁଲାଲ ସଂଗଠନର ବ୍ଳକ ସଂଯୋଜକ ଵୁଧିରାମ ସିଂ ସୂଚନା ଦେଇଥିଲେ ।