ବାଥ୍‌ରୁମରୁ ଉଦ୍ଧାର ହୋଇଛି ଯୁକ୍ତ-୩ ପ୍ରଥମ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କ

ଭଦ୍ରକ:- ବାଥ୍‌ରୁମରେ ଝୁଲିପଡିଲେ ଯୁକ୍ତ- ୩ ପ୍ରଥମ ବର୍ଷ ଛାତ୍ରୀ । ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ-୩ ପ୍ରଥମ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଏକ ଘରୋଇ ମେସ୍‌ର ବାଥ୍‌ରୁମରୁ ଉଦ୍ଧାର ହୋଇଛି। ଛାତ୍ରୀ ଜଣଙ୍କ  ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ରାକ୍ଷୀ ପାଇଁ ଘରକୁ ଯାଇ ଗତକାଲି ମେସକୁ ଫେରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ମୃତ୍ୟୁର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ ।