ଟାଙ୍ଗି /ରାକେଶ କୁମାର ଜଗଦେବ : ୧୬ ନମ୍ବର ଜାତୀୟ ରାଜପଥ ବଡ଼ ପୋଖରୀଆ ଛକ ରେ ଚଳନ୍ତା ତୁଳା ବୋଝେଇ ଟ୍ରକ ରେ ଲାଗିଲା ନିଆଁ । ନିଆ ଲାଗି ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ତୁଳା । ଆନ୍ଧ୍ର ପ୍ରଦେଶ ରୁ କୋଲକତା ଯାଉଥିଲା ତୁଳା ବୋଝେଇ ଟ୍ରକ । ବଡ଼ ପୋଖରୀଆ ଛକ ନିକଟରେ ହଠାତ ଟ୍ରକର ଇଂଜିନ ରୁ ଧୂଆଁ ବାହାରିଥିଲା । ତେବେ ଟ୍ରକ ଚାଳକ ଧୂଆଁ ସମ୍ପର୍କରେ ଜାଣି ପାରିନଥିଲା । ଫଳରେ ଧୂଆଁ ପ୍ରବଳରୁ ପ୍ରବଳତର ହୋଇ ଟ୍ରକରେ ତୁଳା ସହ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିଥିବା ସ୍ଥାନୀୟ ଲୋକେ ଜାନି ପାରି ହୋ ହଲ୍ଲା କରିବାରୁ ଚାଳକ ଜଣକ ଟ୍ରକ କୁ ରଖି ଦେଇ ବାହାରି ପଡ଼ିଥିଲେ । ଫଳରେ ଚାଳକଙ୍କ ଜୀବନ ବଞ୍ଚି ଯାଇଥିଲା । ଖବର ପାଇଁ ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ କୁ ଆୟତ କରିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।