(ସରୋଜ କୁମାର ରାଉତ /ରିପୋଟର୍ସ ଟୁଡେ): ଆଗକୁ ହେବ ଯାତ୍ରୀବାହି ବସ ଗୁଡିକର କଡା ଯାଞ୍ଚ । ଏନେଇ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି । ଏଥିରେ ଏକ ଘରୋଇ ବସକୁ ମୋଟା ଅଙ୍କର ଫାଇନ ଗଣିବାକୁ ପଡିଛି। କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିବା ଘରୋଇ ବସ୍ ଉପରେ ଆରଟିଓ ଭୁବନେଶ୍ୱର ୨ର ଟିମ୍ ଚଢ଼ାଉ କରି ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କାର ଜରିମାନା କରିଛି । ମେ ୨୦୧୯ର ମସିହାରୁ ଏହି ବସ୍ କ୍ୟାରିଏଜ ପରମିଟ ପାଇଁ ଟିକଟ ପୈଠ କରିନଥିଲା । ତେଣୁ ତା ବିରୋଧରେ ଆଉଟିଓ ଭୁବନେଶ୍ୱର ୨ ଏହି ମୋଟ ଅଙ୍କର ତଣ୍ଡ କାଟିଛି । ଏହି ଗାଡ଼ିର ନମ୍ବର ହେଉଛି ଓଡ଼ି ୧୦ ଏଫ ୦୪୦୯ । କୋରାପୁଟ ଜିଲ୍ଲା ପୁଜାରୀପୁଟର ସ୍ନେହରେଖା ପାଢ଼ୀଙ୍କ ନାଁରେ ଏହି ବସ୍ ପଂଜିକୃତ ଅଛି । ପଂଜିକରଣ ଖିଲାଫ ପାଇଁ ପାଂଚ ହଜାର ଟଙ୍କା, ପରମିଟ ଖିଲାଫ ପାଇଁ ୧୦ ହଜାର ଟଙ୍କା ଏବଂ କ୍ୟାରିଏଜ ପରମିଟ ଖିଲାଫ ପାଇଁ ୫ଲକ୍ଷ ୬୬ ହଜାର ୯୮୧ ଟଙ୍କା ଫାଇନ କରାଯାଇଛି । ମୋଟ ୫ ଲକ୍ଷ ୮୧ ହଜାର ୯୮୧ ଟଙ୍କାର ଚାଲଣ କାଟିଛି ଆରଟିଓ ।