ଜନତା ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଭଦ୍ରକ/ ସେକ ଫଇଜାନ କାଦରୀ : ଭସାଣିବେଳେ ଜନତା ପୋଲିସଙ୍କ ଧସ୍ତାଧସ୍ତି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ଡିଜେ ବଜାଇ ଗଣେଷ ଭସାଣି କରୁଥିଲେ ଭଦ୍ରକବାସୀ । ସେହି ସମୟରେ ଜଣେ ପୋଲିସ କର୍ମଚାରୀଙ୍କୁ ଜଣେ ଯୁବକ ଅପେକ୍ଷା କରିଥିବା ସମୟରେ ଜଣେ ବ୍ୟକ୍ତି କିଛି କହିଥିଲେ । ଯାହାକୁ ନେଇ ଉତ୍ତୋଜିତ ହୋଇପଡିଥିଲେ ପୋଲିସ କର୍ମଚାରୀ ।

ଯାହା ଫଳରେ ଉତ୍ତୋଜିତ କନେଷ୍ଠବଳ ସମ୍ପୃକ୍ତ ଯୁବକଙ୍କୁ ଘୋଷାରି ଆଣିଥିଲେ । ପରେ ସେଠାରେ ଥିବା ଯୁବକ ମାନଙ୍କ ସହିତ ପୋଲିସର ଧସ୍ତାଧସ୍ତି ହୋଇଥିଲା । ଏପରିକି ଯୁବକ ମାନେ ଥାନା ପରିସରରେ ପଶି ହୋହଲ୍ଲା କରିଥିଲେ । ଫଳରେ ସେଠାରେ ତୀବ୍ର ଉତେଜନା ଦେଖାଇଦେଇଥିଲା । ଖବର ପାଇ ଭଦ୍ରକ ଟାଉନ ପୋଲିସ ପୁରୁଣା ବଜାର ଥାନାରେ ପହଞ୍ଚିଥିଲା । ଉତ୍ତେଜିତ ଲୋକମାନଙ୍କ ସହିତ ଆଲୋଚନା କରି ବୁଝାସୁଝା କରିଥିଲା ।