ଇରାନ-ଇସ୍ରାଏଲ୍ ଓ ଆମେରିକା ମଧ୍ୟରେ ଚାଲିଛି ଘମାଘୋଟ୍ ଯୁଦ୍ଧ। ଆଉ ଏହାରି ଭତରେ ଇରାନ୍ର ଧାର୍ମିକ ଆପ୍ ଗୁଡିକରେ ଧମକ ଆସୁଛି । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା । କରାଚୀରେ ଥିବା ଆମେରିକୀୟ ଦୂତାବାସ ଉପରେ ହମଲା କରାଯାଇଛି। ଇରାନ ଆକ୍ରମଣରେ ୟୁଏଇରେ ଥିବା ଆମାଜନ କ୍ଲାଉଡର ଡାଟା ସେଣ୍ଟର ମଧ୍ୟ ପ୍ରଭାବିତ ହୋଇଛି। ହଠାତ୍, ଡାଟା ସେଣ୍ଟରଗୁଡ଼ିକରେ କିଛି ଆଘାତ ଲାଗିଥିଲା । ଯାହା ଫଳରେ ଏକ ସ୍ପାର୍କିଂ ସୃଷ୍ଟି ହେଲା ଏବଂ ଡାଟା ସେଣ୍ଟରଗୁଡ଼ିକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଗଲା।

୫ ନିୟୁତରୁ ଅଧିକ ଡାଉନଲୋଡ୍ ହୋଇଥିବା ଧାର୍ମିକ କ୍ୟାଲେଣ୍ଡର ଆପ୍ “ବଡେସେବା”କୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ହ୍ୟାକିଂ ଗୋଷ୍ଠୀ ବାଡେସାବା ଆପ୍ ବ୍ୟବହାରକାରୀଙ୍କୁ ବାର୍ତ୍ତା ପଠାଇଥିଲେ ଯେ, ସମାଧାନର ସମୟ ଆସିଯାଇଛି । ସଶସ୍ତ୍ର ବାହିନୀକୁ ସେମାନଙ୍କର ଅସ୍ତ୍ର ରଖିବା ଏବଂ ଜନସାଧାରଣଙ୍କୁ ସମର୍ଥନ କରିବାକୁ ମଧ୍ୟ ଅନୁରୋଧ କରାଯାଇଥିଲା । ରଏଟର୍ସ ଏହି ବିଷୟରେ ବଡେସେବା ଆପ୍ ର ସିଇଓଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ସେଥିରେ ସେ ବିଫଳ ହୋଇଥିଲେ । ଏକ ସାଇବର ଅପରେସନରେ ଇରାନର ସରକାରୀ ସେବା ପୋର୍ଟାଲ୍ କୁ ଟାର୍ଗେଟ କରାଯାଇଥିଲା।
