ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳ ବଦଳ ଅଭିଯୋଗ ଘଟଣାରେ ଆଜି ହୋଇପାରେ ଡି ଏନ ଏ ଟେଷ୍ଟ । ଏଥିପାଇଁ ସମସ୍ତ ପ୍ରକ୍ରିଆ ଆରମ୍ଭ ହୋଇସାରିଛି । ଏନେଇ ଭୁବନେଶ୍ୱର SDJM କୋର୍ଟଙ୍କ ଅନୁମତି ପାଇଁ କ୍ୟାପିଟାଲ ଥାନା ପକ୍ଷରୁ କରାଯିବ ଆବେଦନ। କୋର୍ଟରୁ ଆଦେଶ ସହ ଏଫ୍ ଟିଏ କାର୍ଡ SFSLରୁ ଆସିବ। ଏହାପରେ DNA ଟେଷ୍ଟ କରାଯାଇ ILS କୁ ପଠାଯିବ। ଟେଷ୍ଟ ପରେ ଯାହା ଫଳାଫଳ ଆସିବ ତାକୁ ଗ୍ରହଣ କରିବେ ବୋଲି ଅଭିଯୋଗକାରୀ କହିଛନ୍ତି।
ସୂଚନା ଅନୁଯାୟୀ , ଗତ ୨୬ ତାରିଖରେ କ୍ୟପିଟାଲ ହସ୍ପିଟାଲରେ କେନ୍ଦ୍ରାପଡା ଜିଲ୍ଲା ରାଜନଗରରୁ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ପତ୍ନୀଙ୍କୁ ଭର୍ତ୍ତି କରିଥିଲେ । ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା କହିଥିଲେ ନର୍ସ। କିନ୍ତୁ ପରେ ତାଙ୍କୁ କନ୍ୟା ସନ୍ତାନ ହସ୍ତାନ୍ତର କରାଯାଇଥିଲା। ଏ ନେଇ ପରିବାର ପକ୍ଷରୁ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ନିର୍ଦ୍ଦେଶକ କହିଥିଲେ, ଏ ଘଟଣାର ତଦନ୍ତ ସହ ଊଘଇ ଟେଷ୍ଟ କରାଯିବ । ଏହି ଘଟଣାର ତଦନ୍ତ ପାଇଁ ତିନି ଜଣିଆ ଟିମ୍ ଗଠନ କରାଯାଇଥିଲା