ବଜେଟ ଅଧିବେଶନରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର,ବିରୋଧିଙ୍କ ପ୍ରତି ଶାସକ ଦଳର ଉଦାର ମନଭାବ ପ୍ରମାଣ କରିଛନ୍ତି ପ୍ରଣବ

ଭୁବନେଶ୍ୱର :ବଜେଟ ଅଧିବେଶନରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର । ବିରୋଧିଙ୍କ ପ୍ରତି ଶାସକ ଦଳର ଉଦାର ମନଭାବ ପ୍ରମାଣ କରିଛନ୍ତି ପ୍ରଣବ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ପ୍ରଥମ ଥର ପାଇଁ ଧାମନଗର ବିଜେପି ବିଧାୟକ ସୂର୍ଯ୍ୟବଂଶୀଙ୍କ ସୁରଜ ବିବୃତି ରଖିଥିଲେ। ସେ ତାଙ୍କ ବିବୃତରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନ କରିଥିଲେ କ୍ଷ ହଟାତ ତାଙ୍କ ଭାଷଣ ସରୁ ସରୁ ରାଜନୀତିର ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ଆସନରୁ ଉଠିଆସି ସୂର୍ଯ୍ୟବଂଶୀଙ୍କ ପାଖକୁ ଯାଇ ପିଠି ଥାପୁଡ଼େଇଥିଲେ ।  ଶାସକ ଦଳର ବିଧାୟକ ପ୍ରଣବ ପ୍ରକାଶ ଦାସ ଏପରି କାର୍ୟ୍ୟ ବିରୋଧି ବିଧାୟକଙ୍କୁ ଆଶ୍ରିବାଦ ଦେବା ଚର୍ଚ୍ଚାର ବିଷୟ ।