ଓଡିଶା ଝାଡଖଣ୍ଡ ସୀମାନ୍ତରେ ଓଡ଼ିଆ ବିଦ୍ୟାଳୟ ପାଇଁ ମେଘାଚ୍ଛନ୍ନ ସାହିତ୍ୟ ସଂସଦ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ଓଡ଼ିଆ ଭାଷା ଅବହେଳିତ ଏହାକୁ  ନେଇ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର|  ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଜାମଦା ଅଞ୍ଚଳର ମେଘାଚ୍ଛନ୍ନ ସାହିତ୍ୟ ସଂସଦ ପକ୍ଷରୁ ସଂସଦର ସଭାପତି ବିକାଶ ନାୟକ ଓ ସହ ସମ୍ପାଦକ ପ୍ରଦୀପ କୁମାର ମହାନ୍ତ ଓଡିଶା ଝାଡଖଣ୍ଡ ସୀମାନ୍ତରେ ଓଡ଼ିଆ ଭାଷା ଅବହେଳିତ ଏହାକୁ  ନେଇ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ଦେଇଛନ୍ତି |ମୟୂରଭଞ୍ଜ ଜିଲ୍ଲାର ଜାମଦା ବ୍ଲକ ଅନ୍ତର୍ଗତ ମୋରଣ୍ଡା ପଞ୍ଚାୟତର କୁଦର ସାହି ଅଞ୍ଚଳ ରେ ଅଙ୍ଗନବାଡି, ସ୍କୁଲ ଓ ରାସ୍ତା ନଥିବାରୁ ଉକ୍ତ ଗ୍ରାମର ପିଲାମାନେ ଝାଡଖଣ୍ଡରେ ପାଠ ପଢୁଛନ୍ତି, ଏବଂ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଯାହା ଦ୍ଵାରା ଓଡ଼ିଆ ପିଲା ମାନଙ୍କର ଭବିଷ୍ୟତ ଅନ୍ଧାର ହେବା ସହିତ ଅଞ୍ଚଳ ବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି |ତେଣୁ ଉକ୍ତ ବିଷୟରେ ଯଥାଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂସଦ ପକ୍ଷରୁ ଦାବି ହୋଇଛି |