ପଦ୍ମପୁର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପିର ୪ ଜଣିଆ ପ୍ରତିନିଧି ଦଳ । ପଦ୍ମପୁର ଉପନିର୍ବାଚନ ଚାଲିଥିବା ବେଳେ ବିଜେଡି ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି ପଦ୍ମପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାଳୀ ଚରଣ ଦୁବେ । ଆମେ ଦେଖୁଛୁ ବିଜେଡି ଆତ୍ମ ଗାରିମା ଦେଖଉଛି । ତାଙ୍କ ଲୋକପ୍ରିୟତାର ମୁଖା ଖୋଲିଯାଉଛି । ବିଜେଡି ରେ କାର୍ୟ୍ୟକର୍ତା ନାହାନ୍ତି । ସରକାରୀ କର୍ମଚାରୀ ଉପରେ ନିର୍ଭର କରୁଛି ବିଜେଡି । ସରକାରୀ କଳ, କର୍ମଚାରୀ ଙ୍କ ବ୍ୟବହାର କରୁଛି ବିଜେଡି । ପଦ୍ମପୁର ବିଇଓ କାଲି ଚରଣ ଦୁବେ ତାଙ୍କ ଫେସବୁକ ପେଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଜେଡି ବିଧାୟିକା ପାର୍ଥି ବର୍ଷାଙ୍କ ସହ ଫୋଟ ଥିବା ପ୍ରଚାର କରୁଛନ୍ତି । ଗଣତନ୍ତ୍ରରେ ରାଜନୀତି କରିବାକୁ ମନା ନାହିଁ, ଚାକିରୀ ସମୟରେ କୌଣସି ଦଳୀୟ କାର୍ୟ୍ୟ କରିବା ନିୟମ ନାହିଁ ଦୂରେଇ ରୁହନ୍ତୁ । ଏହା ନିର୍ବଚନ ଆଦର୍ଶ ବିଧିର ଉଲ୍ଲଙ୍ଘନ । କାଳୀ ଚରଣ ଦୁବେଙ୍କୁ ବହିଷ୍କାର କରାଯାଉ, ୨୨ ବର୍ଷ ଶାସନ କଲା ପରେ ପିଲାଳିଆମୀ ନ କରନ୍ତୁ ବିଜେଡି ସରକାରୀ କର୍ମଚାରୀ ଙ୍କୁ ବ୍ୟବହାର ନ କରନ୍ତୁ । ଆସନ୍ତା ୨୪ ଘଣ୍ଟା ଭିତରେ ବିଇଓଙ୍କୁ ବହିଷ୍କାର ନ କଲେ ସିଇଓଙ୍କ ଅଫିସ ଆଗରେ ଧାରଣା ଦେବ ବିଜେପି ।