ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଲଷ୍ମୀ ବଜାର ନିକଟରେ ମେଣ୍ଢାଖାଇ ପାହାଡ଼ ପଟୁ ଆସି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଏକ ଅଣ୍ଡିରା ହରିଣ ଟିଏ ପଡି ରହିଥିବା ଦେଖିବାକୁ ମିଳିଛି। ପଡୋଶୀ ଗୃହକର୍ତ୍ତା ଜଣକ ତୁରନ୍ତ ଆସି ଏହି ଖବରଟି ସ୍ତାନୀୟ ଜଙ୍ଗଲ ଓ ପରିବେଶ ବିଭାଗରେ ଦେଇଥିଲେ। ଜଙ୍ଗଲ ବିଭାଗର କର୍ମଚାରୀ ମାନେ ତୁରନ୍ତ ପଦକ୍ଷେପ ସ୍ୱରୂପ ବହୁ କଷ୍ଟରେ ହିଞ୍ଜିଳିକାଟୁ ସେକ୍ସନ ଅଫିସର ଶ୍ରୀ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୟରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଥିଲା। ଦୁଇ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ହରିଣଟିକୁ ଉଦ୍ଧାର କରିବା ସହ ତାକୁ ସ୍ଥାନୀୟ ସେକ୍ସସନ କାର୍ଯ୍ୟାଳୟରେ ରଖା ଯାଇଛି ।ସେକ୍ସନ କାର୍ଯ୍ୟାଳୟର ବନ ବିଭାଗ ଅଫିସର ଏନ ବାଲାଜିଙ୍କୁ ପଚାରିବାରୁ ହରିଣଟିକୁ ଆସୁ ଚିକିତ୍ସା କରି ସ୍ତାନୀୟ ସାହାପୁର କୃଷ୍ଣସାର ମୃଗ ସଂରକ୍ଷିତ ଏରିଆରେ ଛଡ଼ାଯିବ ବୋଲି କହିଛନ୍ତି। ହରିଣଟିକୁ ଉଦ୍ଧାର କରି ଆସୁ ଚିକିତ୍ସା ପାଇଁ ତ୍ୱରାନ୍ଵିତ ପ୍ରକ୍ରିୟା କରିଥିବା ଯୋଗୁଁ ଅଂଚଳ ବାସୀ ସମସ୍ତ କର୍ମଚାରୀଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି।