ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହର ମହାନଦୀ ବ୍ରିଜ ତଳୁ ଏକ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ବୀରମହାରାଜପୁର ଥାନା ନିକଟରେ ଥିବା କେଶଳପୁରା ଗାଁର ଲୋକନାଥ ନାଏକ ।ଗତକାଲି ସନ୍ଧ୍ୟାରୁ ଲୋକନାଥ ଘରୁ ବାହାରି କୌଣସି ଏକ କାମରେ ଯାଇଥିବାବେଳେ, ଆଉ ଘରକୁ ଫେରି ନଥିଲେ । ତେବେ ଆଜି ମହାନଦୀରେ ତାଙ୍କ ମୃତଦେହ ଭାସୁଥିଁବାବେଳେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଲୋକନାଥଙ୍କ ପାଖକୁ ଗତକାଲି ସନ୍ଧ୍ୟାରେ ଏକ ଫୋନ୍ ଆସିଲା । ଫୋନ୍ ପାଇ ଲୋକନାଥ ଘରୁ ବାହାରି ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ।
ରାତି ଅଧା ହେବାରୁ ପରିବାର ଲୋକ ଖୋଜା ଖୋଜି କରିଥିଲେ ହେଁ ତାଙ୍କ ସନ୍ଧାନ ପାଇନଥିଲେ । ତାଙ୍କୁ କେହି ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯୋଗକୁ ଭିତ୍ତକରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ । ଅନୁସନ୍ଧାନ ପରେ ହିଁ ସମସ୍ତ ଜଣାପଡିବ ବୋଲି କହିଛି l