ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ମହୁଲଡିହା ପଡିଆରେ ୨୨ତମ ଆନ୍ତରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି । ରାଇରଙ୍ଗପୁରର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଆଶୁତୋଷ ନାଏକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି ।
ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଆଠଟି ଦଳକୁ ନେଇ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । କୋରୋନାରେ ପ୍ରାଣ ହରାଇଥିବା ଅନୁଷ୍ଠାନର ସଦସ୍ୟ ନଳିନୀ ଦାଶ, ଚନ୍ଦନ ନାଏକ ଏବଂ ପଦ୍ମଲୋଚନ ପ୍ରହରାଜଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଉଦଘାଟନୀ ମ୍ୟାଚରେ ଖଡଗପୁର ଏବଂ ବାରିପଦା ମଧ୍ୟରେ ହୋଇଥିଲା ପ୍ରଥମ ଟି-୨୦ ମ୍ୟାଚ ।