ଧବଳେଶ୍ୱର ପୀଠକୁ ସଂଯୋଗ କରୁଛି କଂକ୍ରିଟ ସେତୁ

ଭୁବନେଶ୍ୱର: ପ୍ରଭୁ ଧବଳେଶ୍ବରଙ୍କ ପୀଠକୁ ଫିଟିଛି ବିକାଶର ସେତୁ। ମହାନଦୀରେ ମଞ୍ଚେଶ୍ୱର ପାର୍ଶ୍ଵରୁ ଧବଳେଶ୍ବର ପୀଠକୁ ସଂଯୋଗ କରୁଛି କଂକ୍ରିଟ ସେତୁ । ଏବେ ୨୭୬ ମିଟର ଏହି ସେତୁର ଶୁଭାରମ୍ଭ ହେବାକୁଯାଉଛି। ପୀଠକୁ ଯିବା ପାଇଁ ଏହା ସ୍ଥାୟୀ ସୁବିଧା ସୁନିଶ୍ଚିତ କରି ଉଭୟ ସାମାଜିକ ଓ ପର୍ୟ୍ୟଟନ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି କୁହାଯାଉଛି । ଏହି କଂକ୍ରିଟ ସେତୁଟି ପୂଜା ପାଠ ପରେ ସର୍ବସାଧାରଣଙ୍କ ପାଇଁ ଖୋଲା ହେବାକୁଯାଉଛି । ଫଳରେ ପୀଠକୁ ଯିବା ଆସିବା ପେଇଁ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଛି ।
ପୂର୍ବରୁ ଝୁଲାପୋଲ ବିପଦ ସଙ୍କୁଳ ହେବାରୁ ପୀଠକୁ ଶ୍ରଦ୍ଧାଳୁଙ୍କ ଯାତାୟତ ଉପରେ ରୋକ ଲଗାଯାଇଥିଲା । ଏହାପରେ ମହାନଦୀରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲା। ସେହି ରାସ୍ତା ଦେଇ ଲୋକେ ପୀଠକୁ ଯାଉଥିଲେ। ହେଲେ ଅସ୍ଥାୟୀ ରାସ୍ତା ଧୋଇଯୁବାରୁ ଧବଳେଶ୍ୱର ପୀଠକୁ ଯାତୟତ ବନ୍ଦ ରହିଥିଲା। ଏବେ କଂକ୍ରିଟ ସେତୁ ନର୍ମାଣ ହେବାରୁ ସେହି ରାସ୍ତା ଦେଇ ଯିବେ ଶ୍ରଦ୍ଧାଳୁ।