ପାୱାର ସେକ୍ଟରର ଏକ କମ୍ପାନୀ ଦେବାଲିଆ ଘୋଷିତ

0

ନାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ ବା ଏନସିଏଲଟି ପାଓା୍ୱର ଓ ଇମ୍ଫ୍ରା ପ୍ରୋଜେକ୍ଟସ ଉପରେ କାମ କରୁଥିବା ଏକ କମ୍ପାନୀକୁ ଦେବାଲିଆ ଘୋଷିତ କରିଦେଇଛିା ଜିବିକେ ପାୱାର ଆଣ୍ଡ ଇମ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ ବା ଜିଭିକେପିଆଇଏଲକୁ ଦେବାଲିଆ ଡିକ୍ଲାର କରି ଦେଇଛନ୍ତିା ଏହି କମ୍ପାନୀ ଉପରେ ୧୮୦୦୦ କୋଟି ଟଙ୍କାର ଋଣ ରହିଛି । ଆଇସିଆଇସିଆଇ ଓ ଅନ୍ୟ କିଛି ଋଣଦାତାଙ୍କ ଠାରୁ କମ୍ପାନୀ ଋଣ ଆଣିଥିଲା ।
ଜିଭିକେପିଆଇଲ, ଜିବିକେ ଗ୍ରୁପର ପ୍ରମୁଖ ଫାର୍ମା କମ୍ପାନୀ ପ୍ରାୟ ୧୦ ବର୍ଷ ପୂର୍ବରୁ ଜିବିକେ କୋଲ ଡେଭଲପର୍ସ (ସିଙ୍ଗାପୁର) ପ୍ରାଇଭେଟ ଲିମିଡେଟ ଦ୍ୱାର୍୍ା ନେଇଥିଲା । ତେବେ ଋଣ ପଇଠ ନ କରିବା କାରଣରୁ ଏହାକୁ ଦେବାଲିଆ ଘୋଷିତ କରିଦିଆ ଯାଇଛିା ଏହା ଉପରେ କର୍ପୋରେଟ ଦେବାଲିଆ ସମାଧାନ ପ୍ରକ୍ରିୟା ବା ସିଆଇଆରପି ଆରମ୍ଭ ହୋଇ ଯାଇଛି ।
ଏନସିଏଲଟିର ସଦସ୍ୟ ରାଜୀବ ଭରଦ୍ୱାଜ ଓ ସଞ୍ଜୟ ପୁରୀଙ୍କ ଖଣ୍ଡପୀଠ ଆଇସିଆଇସିଆଇ ଦ୍ୱାରା ୨୦୨୨ରେ ଦାୟର ଏକ ଯାଚିକା ଉପରେ ଜୁଲାଇ ୧୨କୁ ଆଦେଶ ଶୁଣାଇଛନ୍ତିା ଯେଉଁ ଆଦେଶକୁ ମଙ୍ଗଳବାର ଦିନ ଜାରି କରାଯାଇଛିା ଏବେ ଏହା ଉପରେ ସିଆଇଆରପି ଆରମ୍ଭ କରାଯାଇଛିା ଏହାରି ମଧ୍ୟରେ ସେୟାର ବଜାରରେ ଏହି କମ୍ପାନୀ ଉପରେ କୁପ୍ରଭାବ ପଡିବା ଆରମ୍ଭ କରି ଦେଇଛି । କମ୍ପାନୀର ସେୟାର ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛିା