ଜାମ୍ମୁ କାଶ୍ମୀର: ଜମ୍ମୁ-କାଶ୍ମୀରରେ ବଡ ଅଘଟଣ । ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେନାର ITBP କର୍ମଚାରୀଙ୍କ ସହ ଫେରୁଥିବା ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। କାଶ୍ମୀରର ପହଲଗାମରେ ୧୦୦ ଫୁଟ ଗଭୀର ନଦୀରେ ବସଟି ଖସିପଡିଥିଲା। ବ୍ରେକ୍ ଫେଲ୍ ଯୋଗୁ ବସ୍ଟି ନଦୀକୁ ଖସି ପଡ଼ିଥିବା ଜଣାପଡ଼ିଛି। ବସ୍ରେ ୩୯ ଜଣ ଯବାନ ଥିଲେ। ସମସ୍ତେ ଅମରନାଥ ଯାତ୍ରା କରିବା ପରେ ଡ୍ୟୁଟିରୁ ଫେରୁଥିଲେ। ଖବର ଅନୁଯାୟୀ ୭ ରୁ ଅଧିକ ସୈନିକଙ୍କ ମୃତ୍ୟୁ ଘଟିଛି। ୩୯ ଜଣ ସେନାଙ୍କ ମଧ୍ୟରୁ ୩୭ଜଣ ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ ଫୋର୍ସ (ଆଇଟିବିପି) ଏବଂ ବାକି ୨ ଜଣ ଜାମ୍ମୁ ଓ କାଶ୍ମୀର ପୁଲିସ ବିଭାଗରେ କାର୍ଯ୍ୟରତ ଥିଲେ ବୋଲି ଜଣାରଡ଼ିଛି।