ପରିତ୍ୟକ୍ତ କୂଅରୁ ଗଳିତ ମୃତ ଦେହ ଉଦ୍ଧାର

0

ବୋରିଗୁମ୍ମା ଦୁବୁଲି ନିକଟର ଏକ ଜଙ୍ଗଲ ମଧ୍ୟରେ ରହିଥିବା ପରିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଛି ଗଳିତ ମୃତ ଦେହ।ସୂଚନା ଅନୁଯାୟୀ ଉମେଶ ୟାଦବ ବୟସ ୩୨ ବିହାର ଅଞ୍ଚଳର ଜଣେ ଯୁବକ ବିହାରୀ ମଦ ଭାଟିରେ ଗତ ଚାରି ମାସ ଧରି କାର୍ଯ୍ୟ କରୁଥିଲେ।ଗତ ଡିସେମ୍ବର ମାସ ୩୦ ତାରଖରୁ ନିଖୋଜ ଥିଲେ।ଏ ସମ୍ପର୍କରେ ଭାଟି ମ୍ୟାନେଜର ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପରେ ଉମେଶ ୟାଦବ ଙ୍କ ମୃତ ଦେହ ଏକ ପରିତ୍ୟକ୍ତ କୂଅରେ ପଡି ରହିଛି।ମୃତ ଦେହକୁ ଦୁଇଟି ଗାମୁଛାରେ ବଡ଼ ପଥର ବନ୍ଧା ଯାଇ ମୃତ ଦେହ ଉପରେ ନୋଡ଼ା ଘୋଡାଇ ଦେଇଛନ୍ତି ହତ୍ୟାକାରୀ।ଘୋଟଣାସ୍ଥଳରେ ବୋରିଗୁମ୍ମା ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଁଚି କୂଅରୁ ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି।ମୃତ ଦେହକୁ ଦେଖିଲେ ଲାଗୁଛି ବହୁତ ନିର୍ମମ ଭାବେ ହତ୍ୟା କରି ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।