ଦାନା କ୍ଷୟକ୍ଷତି ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ

0

ଭୁବନେଶ୍ୱର:  ଦାନା କ୍ଷୟକ୍ଷତି ଆକଳନ ପାଈଁ ଆସିବ କେନ୍ଦ୍ରୀୟ ଟିମ । 24 ରେ ଆସିବେ କେନ୍ଦ୍ରୀୟ ଟିମ । 27 ଯାଏଁ ଓଡିଶାର ପ୍ରଭାବିତ ଜିଲ୍ଲା ଗୁଡିକ ବୁଲି ଦେଖିବେ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ।ଭାରତ ସରକାରଙ୍କ ଯୁଗ୍ମ ସଚିବ ପିକେ ରାୟଙ୍କ ନେତୃତ୍ୱରେ 7 ଜଣିଆ ଟିମ ଆସିବେ । 25 ରେ ଭଦ୍ରକ, ବାଲେଶ୍ବର ଏବଂ କେନ୍ଦ୍ରାପଡା ଯାଇ ସ୍ଥିତି ଦେଖିବେ । କ୍ଷୟକ୍ଷତି ଆକଲନ ପରେ 26 ରେ ମୁଖ୍ୟ ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବେ ।କେନ୍ଦ୍ରୀୟ ଟିମ ରିପୋର୍ଟ ଆଧାରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ରାଶି ଆସିବ ।ପ୍ରତ୍ୟେକ ବର୍ଷ ପ୍ରାକୃତିକ ବିପର୍ଯ୍ୟାୟ ଶିକାର ହେଉଥିବାରୁ  ଭିତ୍ତିଭୂମି କ୍ଷୟକ୍ଷତିର ସ୍ଥାୟୀ ସମାଧାନ ପାଇଁ ସ୍ୱତନ୍ତ୍ର ଅର୍ଥ ମଗାଯିବ । ବିଶେଷଜ୍ଞ ସହ ଆଲୋଚନା ଚାଲିଛି ।