ଖୋର୍ଦ୍ଧା / ରାକେଶ କୁମାର ଜଗଦେବ : ଗଞ୍ଜେଇ ଚୋରାଚାଲଣ ବେଳେ ଧରିଲା ପୋଲିସ । ରେଳ ଯୋଗେଁ ଚାଲାଣ ପାଇଁ ହୋଇଥିଲା ପ୍ରସ୍ତୁତି କିନ୍ତୁ ଧରିଦେଲା ପୋଲିସ । ସୂଚନା ଅନୁଯାୟୀ , ରୋଳ ଯୋଗେ ଗଞ୍ଜେଇ ଚୋରାଚାଲଣ ପାଇଁ ବେପାରି ମାନେ ପ୍ରସ୍ତୁତ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କୁହୁଡି ରେଳ ଷ୍ଟେସନ ନିକଟରେ ସାଦା ପୋଷାକରେ ମାଡି ବସିଲା ଟାଙ୍ଗୀ ଅବକାରୀ ପୋଲିସ । ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନାଙ୍କ ନେତୃତ୍ୱରେ ସହକାରୀ ଇନ୍ସପେକ୍ଟର ସୁନିତା ଦଳେଇ । ଅତିରିକ୍ତ ସହକାରୀ ଇନ୍ସପେକ୍ଟର ବିଶ୍ଵମ୍ବର ବିଶ୍ୱାଳ ପ୍ରମୁଖ ଚଢ଼ାଉ କରି ଗଞ୍ଜେଇ ବେପାରୀକୁ ଗିରଫ କରିଛନ୍ତି । ଗିରଫ ହୋଇଥିବା ଗଞ୍ଜେଇ ବେପାରି ହେଉଛନ୍ତି ଟାଙ୍ଗୀ ଥାନା ଛକଡି ପୁର ଗ୍ରାମ ର ପୂର୍ଣ୍ଣଚନ୍ଦ୍ର ମାର୍ଥା । ଏହି ଚଢାଉରେ ୧୨ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ ।