ଗିରଫ ହେଲା ବ୍ରାଉନସୁଗାର ବେପାରୀ

ଭୁବନେଶ୍ୱର(ଆଦର୍ଶ ରାଉତ) ଖଣ୍ଡଗିରି ପୁଲିସ ହାତରେ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛି । ବ୍ରାଉନସୁଗାର ବେପାରି ଠାରୁ ୭୦ ଗ୍ରାମର ବ୍ରାଉନସୁଗାର  ଏବଂ ୮୦ ହଜାର ଟଙ୍କା ଜବତ ହୋଇଛି । ଅଗଷ୍ଟ ୧୫ରୁ ପୁଲିସ ପକ୍ଷରୁ ଅପରେସନ ହ୍ୱାଇଟ ସ୍ପାଇଡର ଅଭିଯାନ ମାଧ୍ୟମରେ ୨୮ ଜଣ ବ୍ରାଉନସୁଗାର ବେପାରୀ, ୧ କିଲୋ ୨୦୧ ଗ୍ରାମର ବ୍ରାଉନ ସୁଗାର ଜବତ ହେବା ସହ ମୋଟ ୩ ଲକ୍ଷ ୭୭ ହଜାର ୧୦୬ ଟଙ୍କା ଜବତ ହୋଇଛି ।