ପୋଖରିକୁ ଗାଧୋଇବାକୁ ଯାଇ ବୁଡିଗଲେ ନିହାଣଗଣ୍ଡି ଗ୍ରମର ଜଣେ ବାଳକ

କରଞ୍ଜିଆ/ ବସନ୍ତ କୁମାର ସୋରେନ : ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଦିଗଧର ଗ୍ରାମପାୟତ ନିହାଣଗଣ୍ଡି ଗ୍ରାମରେ ଆଜି ସକାଳେ ଜଣେ ବାଳକ ସାଙ୍ଗ ମାନଙ୍କ ସହିତ ଗ୍ରାମ ପୋଖରୀ କୁ ଗାଧଇ ବାକୁଯାଇ ପୋଖରୀ ରେ ବୁଡି ଯାଇ ମୃତ୍ୟୁ ଘଟିଛି । ମୃତ ବାଳକ ଜଣକ ହେଲେ ସେହି ଗ୍ରାମର ରବୀନ୍ଦ୍ର ଜେନାଙ୍କ ପୁଅ ଗିରିଧାରୀ ଜେନା ବୟସ୧୧ ବର୍ଷ ବୋଲି ଜଣାପଡିଛି। ସକାଳେ ଗିରିଧାରୀ ଓ ତାର ୨ ଜଣ ସାଙ୍ଗ ଗ୍ରାମର ମହାଦେବ ମନ୍ଦିର ନିକଟ ପୋଖରୀ ରେ ଯାଇ ଗାଧଉ ଥିଲେ। ପୋଖରୀ ଗଭୀରତା ଥିବାରୁ ପୋଖରୀ ଭିତରକୁ ଗିରିଧାରୀ ଗାଧଇ ବାକୁ ପଶି ଯାଇ ପାଣିରେ ବୁଡି ଯାଇଥିଲେ। ଗିରିଧାରୀ ପାଣିରେ ବୁଡି ଯାଉଥିବା ଦେଖି ନିକଟରେ ଛେଳି ଚରାଉ ଥିବା ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେପରେ ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗିରିଧାରୀ ଙ୍କୁ ପାଣି ଭିତରୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ବାଳକ ର ମୃତ୍ୟୁ ଖବର ଶୁଣି ଗ୍ରାମରେ ଶକାକୁଳ ପରିବେଶ ସୃଷ୍ଟି ହୋଇଛି ।