ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ଶବ

ଜଗତସିଂହପୁର ଜିଲ୍ଲା ତୀର୍ତ୍ତୋଲ ବ୍ଲକ କୃଷ୍ନାନନ୍ଦ ଥାନା ଅନ୍ତର୍ଗତ, ନୂଆଗାଁ ଗ୍ରାମର ପାଇକା ନଦୀରୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର । ଏକ ନିଛାଟିଆ ସ୍ଥାନରେ ପାଇକାନଦୀରେ ଶବ ଭାସୁଥିବାର ଦେଖି, ସ୍ଥାନୀୟ ଲୋକମାନେ କୃଷ୍ନାନନ୍ଦପୁର ଥାନାକୁ  ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ କୃଷ୍ନାନନ୍ଦପୁର ପୋଲିସ ପହଞ୍ଚି ଶବକୁ ଜବତ କରି ଵ୍ୟଵଛେଦ ନିମନ୍ତେ ମେଡିକାଲକୁ ପଠେଇଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଶବର ପରିଚୟ ମିଳିପାରି ନାହିଁ ।