ସୁବର୍ଣ୍ଣପୁରରେ ରକ୍ତଦାନ ଶିବିର ଆୟୋଜିତ

ସୁବର୍ଣ୍ଣପୁର/ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁରରେ ବଜରଙ୍ଗ ଦଳ ପକ୍ଷରୁ ଏକ ସେଚ୍ଛାକୃତ ରକ୍ତଦାନ ଶିବରି ଅନୁଷ୍ଠିତ । ରାମ ଜନ୍ମଭୂମୀରେ ମନ୍ଦିର ନିର୍ମାଣ ପାଇଁ ବଳିଦାନ ଦେଇଥିବା କର ସେବକଙ୍କସ୍ମୃତିରେ ସ୍ଥାନୀୟ ଟାଉନହଲରେ ଏହି ରକ୍ତଦାନ ଶିବିରଟି ଆୟୋଜିତ ହୋଇଥିଲା । ଏଥିରେ ଜଣେ ମହିଳା ରକ୍ତଦାତାଙ୍କ ସହ ୩୬ ଜଣ ରକ୍ତଦାନ କରିଛନ୍ତି । ମନୋଜ ପଣ୍ଡା, ସୁଦର୍ଶନ ପଣ୍ଡା, ଶିତୁନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।