ଆଳି/ ଅଶ୍ଵିନୀ କୁମାର ସାହୁ: ପ୍ରବାଦ ପୁରୁଷ, କଳିଙ୍ଗର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ 107 ତମ ଜନ୍ମ ଜୟନ୍ତୀକୁ ସମଗ୍ର ରାଜ୍ୟରେ ବିଜେଡି ପକ୍ଷରୁ ପାଳନ କରାଯାଉଛି l ଏହି ଅବସରରେ ଆଳି ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏହା ପାଳିତ ହୋଇଯାଇଛି l ଆଳି ନିର୍ବାଚନ ମଣ୍ଡଳୀର ବିଜେଡି ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ସହିତ ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ଏହି ଦିବସ ପାଳନ କରିଛନ୍ତି l ଆଳି ପଞ୍ଚାୟତ ସମିତି ଅଧକ୍ଷ ମନୋରଞ୍ଜନ ସାମଲ ସାଇକେଲ ଶୋଭାଯାତ୍ରାକୁ ଉଦଘାଟନ କରିବା ପରେ କର୍ମୀ ମାନେ ଚଣ୍ଡିଆଗଡି ଭାତୁଆବଟ ନିକଟରୁ ସାଇକେଲ ଶୋଭାଯାତ୍ରାରେ ବାହାରି ଆଳି ମେଡିକାଲରେ ପହଞ୍ଚିଥିଲେ l ମେଡିକାଲରେ ଚିକିତ୍ସା ଧିନ ରୋଗୀଙ୍କୁ ଫଳ ବଣ୍ଟନ ସହିତ ମେଡିକାଲ ସଫେଇ କାର୍ଯ୍ୟକ୍ରମ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ଭୀଷ୍ମ ମହାନ୍ତି,ଚଣ୍ଡିଆଗଡି ସରପଞ୍ଚ ସନାତନ ସାହୁ, ଜିଲ୍ଲା ବିଜେଡି ସାଧାରଣ ସଂପାଦକ ପ୍ରଦ୍ୟୁମ୍ନ ଦାଶ,ଆଳି ବ୍ଲକ ଯୁବ ବିଜେଡି ସଭାପତି କେଦାରନାଥ ବେହେରାଙ୍କ ସମେତ ଏହି ଶୋଭାଯାତ୍ରାରେ ଛାତ୍ରବିଜେଡିରେ କର୍ମୀ,ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ, କର୍ମୀ ମାନେ ସାମିଲ ହୋଇଥିଲେ l