କଟକ : ଦୁଗ୍ଧ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭେଟି ଦେଲେ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ମେଗା ଓମଫେଡ୍ ଡାଏରୀ । ଆଜି କଟକର ଅରିଲୋରେ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓମଫେଡ୍ ଡାଏରୀ ପ୍ଲାଣ୍ଟ ଲୋକାର୍ପିତ କରି ମୁଁ ବହୁତ ଖୁସି ।
ରାଜ୍ୟ ସରକାର ସର୍ବଦା ଚାଷୀମାନଙ୍କ ସହିତ ଅଛନ୍ତି । ଓମଫେଡ଼ର ବିକାଶରେ ୩ ଲକ୍ଷ ଚାଷୀଙ୍କ ଅବଦାନ ରହିଛି ଏହି ଡାଏରୀ ପ୍ଲାଣ୍ଟ ଦ୍ୱାରା ୬ ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହେବୋଏହି ୟୁନିଟରୁ ପ୍ରତିଦିନ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ ହେବାଉନ୍ନତମାନର ଘିଅ, ଲସି ସାଙ୍ଗକୁ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନ ହେବ । ୨୬୩ କୋଟି ଟଙ୍କା ଵ୍ୟୁଵାରେ ନିର୍ମିତ ଏହି ପ୍ଲାଣ୍ଟ ଦ୍ୱାରା ରାଜ୍ୟର ଦୁଗ୍ଧଚାଷୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିାଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଏହି ପ୍ଲାଣ୍ଟ ବୁଲି ଦେଖିଥିଲେ ।