ଆସନ୍ତାକାଲି ବନକଲାଗି ନୀତି ପାଇଁ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

0

ପୁରୀ: ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ।  ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀରେ ମହାପ୍ରଭୁଙ୍କ ଶ୍ରୀମୁଖ ସୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ। ରତ୍ନବେଦୀକୁ ଫେରିବା ପରେ ଏହା ହେବ  ପ୍ରଥମ ଶ୍ରୀମୁଖ ସୃଙ୍ଗାର। ମଧ୍ୟାହ୍ନ ଧୂପ ବଢିବା ପରେ ଗର୍ଭଗୃହକୁ ପ୍ରବେଶ କରିବେ ଦତ୍ତମହାପାତ୍ର ସେବକ। ଏହା ପ୍ରାୟ ତିନିଚାରି ଘଣ୍ଟାର ନିତି ଓ ଗୁପ୍ତନିତି ହୋଇଥିବାରୁ ଆସନ୍ତା କାଲି ପ୍ରାୟ ୬ଘଟିକା ଠାରୁ ୧୦ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ଶ୍ରୀମୁଖ ସୃଙ୍ଗାର କରିବା ପାଇଁ ହିଙ୍ଗୁଳ,ହରିତାଳ,ଶଙ୍ଖ, କସ୍ତୁରୀ, କଳା ଆଦି ବିଭିନ୍ନ ପ୍ରସାଧନ ସାମଗ୍ରୀର ପ୍ରସ୍ତୁତ ରଙ୍ଗରେ ମହାପ୍ରଭୁଙ୍କ  ଶ୍ରୀମୁଖ ସୃଙ୍ଗାର କରାଯିବ। ଆଉ ଏହି ରଙ୍ଗରେ ସୃଙ୍ଗାର ହେବା ପରେ ମହାପ୍ରଭୁଙ୍କ ମଳିନ ଶ୍ରୀମୁଖ ଉଜ୍ଜ୍ୱଳ ମୟ ହୋଇଉଠେ। ଏହି ଚକା ଆଖିର ଜାଦୁରେ ମହାପ୍ରଭୁ ଭକ୍ତଜନଙ୍କୁ ନିଜ ପାଖକୁ ଟାଣି ଆଣନ୍ତି।