ନୂଆଦିଲ୍ଲୀ: ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ ହମାସ ଯୁଦ୍ଧ । ଏବେ ଗାଜା ସହର ଭିତରେ ପଶି ସ୍ଥଳ ଅଭିଯାନ ଜାରି ରଖିଛି ଇସ୍ରାଏଲ ସେନା । ଜଳ, ସ୍ଥଳ ଆକାଶ ସବୁଆଡ଼ୁ ଗାଜା ଉପରେ ଆକ୍ରମଣ କରୁଛି ଇସ୍ରାଏଲ । ହମାସର ୬୦ଟି କମାଣ୍ଡରଙ୍କୁ ନିପାତ କରିବାରେ ସଫଳ ହୋଇଥିବା ଦାବି କରିଥିଲା ଆଇଡ଼ିଏଫ । ହମାସ୍ ଆତଙ୍କିଙ୍କ ୧୩୦ଟି ସୁଡ଼ଙ୍ଗକୁ ବି ନଷ୍ଟ କରି ସାରିଥିବା ଇସ୍ରାଏଲ ସେନା ଦାବି କରିଛି । ତେବେ ଏଭଳି ପରିସ୍ଥିତିରେ ଆସିଛି ଏକବଡ଼ ଆଶ୍ୱସ୍ତି ଖବର । ତିନି ଦିନ ପାଇଁ ୪ ଘଂଟିଆ ଲେଖାଏଁ ଯୁଦ୍ଧ ବିରତି ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ମାନବିକତା ଦୃଷ୍ଟିରୁ ଇସ୍ରାଏଲ ଏହି ଯୁଦ୍ଧ ବିରତି ପାଇଁ ରାଜି ହୋଇଥିବା ବେଳେ ଆମେରିକାର ହ୍ୱାଇଟହାଉସ ପକ୍ଷରୁ ସୁଚନା ଦିଆଯାଇଛି । ଆମେରିକା ରାଷ୍ଟ୍ରପତି କୋବାଇଡ଼େନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ଏହି ନିଷ୍ପତି ନିଆଯାଇଛି । ପ୍ରତିବଦଳରେ ହମାସ ଡ଼ର୍ଜନରୁ ଅଧିକ ପଣବନ୍ଦୀଙ୍କୁ ଛାଡ଼ିବ ବୋଲି ସୁଚନା ଦିଆଯାଇଛି । ଯୁଦ୍ଧକୁ ଏକମାସ ପୁରି ଯାଇଥିବା ବେଳେ ଇସ୍ରାଏଲ ସେନାର ଆକ୍ରମଣରେ ପ୍ରାୟ ୧୧ ହଜାର ପାଲେଷ୍ଟାଇନଙ୍କ ମୃତ୍ୟୁ ହେଲାଣି । ଯେଉଁଥିରେ ସାଢ଼େ ୪ ହଜାର ଶିଶୁ ଅଛନ୍ତି ।