ନଦୀ ସ୍ରୋତରେ ଭାସିଗଲା ୨୨ ମାସର ନିଷ୍ପାପ ଶିଶୁ

0

ନୟାଗଡ଼ :  କଥାରେ ଅଛି , ଛୁଆ ପାଇଁ ମା’ କୋଳ ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନ । ମାଆ ଥିଲେ ନା କାହାକୁ ଡର ଥାଏ ନ ଭୟ । କିନ୍ତୁ ମା କୋଳରୁ ଟାଣି ନେଲା ମୃତ୍ୟୁ ।ଅକାଳରେ ଆଖି ବୁଜିଲା ନିରୀହ ଛୁଆ। ଏପରି ହୃଦୟ ବିଦାରକ ଘଟଣା ଘଟିଛି ଆଜି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୌଡ଼ପୁଟ ଗାଁରେ । ସୂଚନାନୁସାରେ , ମୃତ ଶିଶୁ ହେଲେ ଜଗନ୍ନାଥ ସାହିର ଶ୍ରଦ୍ଧାଞ୍ଜଳି ବାରିକ । ଶ୍ରଦ୍ଧାଞ୍ଜଳି ନିଜ ମା’ ଶାନ୍ତିଲତା ବାରିକଙ୍କ ସହ ଗାଁ ନିକଟସ୍ଥ ଦୁଆଣ୍ଟ ନଦୀକୁ ଗାଧୋଇବାକୁ ଯାଇଥିଲେ। ମା’ ସହ ଛୁଆଟି ଗାଧୋଉଥିବା ବେଳେ ହଠାତ୍‌ ଅସାବଧାନତାବଶତଃ ହେତୁ ସେ ମା’ ପାଖରୁ ନଦୀ ସ୍ରୋତରେ ଭାସିଗଲେ।

ଛୁଆ ଭାସି ଯାଉଥିବା ଦେଖି ଶାନ୍ତିଲତାଙ୍କ ଚିତ୍କାର କରି ସାହାଯ୍ୟ ପାଇଁ ଡାକିଥିଲେ । ସ୍ଥାନୀୟ ଲୋକେ ଚିତ୍କାର ଶୁଣି ପାଣି ଭିତରେ ପଶି ଖୋଜାଖୋଜି ଆରମ୍ଭ କରିଥିଲେ। ଶାନ୍ତିଲତାଙ୍କ ଚିବହୁ ସମୟ ଖୋଜାଖୋଜି କରିବା ପରେ କିଛି ଦୂରରେ ଥିବା ଏକ ବ୍ରିଜ ତଳେ ଛୁଆଟି ଲାଖିଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ତୁରନ୍ତ ଉଦ୍ଧାର କରି ଛୁଆଟିକୁ ଓଡ଼ଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

କିନ୍ତୁ ସେଠାରେ ଡାକ୍ତର ଛୁଆଟିକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଏମିତି ଅସାବଧାନତା ହେତୁ ଆଜି ମା କୋଳରୁ ଚାଲିଯାଇଛି ନିଷ୍ପାପ ଶିଶୁଟି । ତେବେ ଯଦି ପିଲାଙ୍କୁ କେଉଁଠିକି ନେଉଛନ୍ତି ସାବଧାନତା ସହ ନିଅନ୍ତୁ । ଯେମିତି ଶାନ୍ତିଲତାଙ୍କ ପରି ଆପଣଙ୍କର କୋଳ ଖାଲି ନ ହେଇଯାଉ ସେଠ୍ହି ପ୍ରତି ସାବଧାନ ରୁହନ୍ତୁ ।