ରାଜଧାନୀରେ ପୁଣି ୧୬ ବର୍ଷର ନାବାଳକ ନିଖୋଜ; ମୈତ୍ରୀ ବିହାର ଥାନାରେ ଅଭିଯୋଗ କଲେ ପରିବାର

ଭୁବନେଶ୍ୱର : ରାଜଧାନୀରେ ପୁଣି ନାବାଳକ ନିଖୋଜ | ପୁଅ ନିଖୋଜ ନେଇ ଥାନାରେ ଅଭିଯୋଗ | ୪ ଦିନ ସ୍କୁଲ ନଯିବା କାରଣରୁ ଘରଲୋକ ଓ ଶିକ୍ଷକ ଗାଳି ଦେଇଥିଲେ | ଘର ଛାଡି ପଳାଇଲେ ୧୬ ବର୍ଷର ନାବାଳକ । ଭୁବନେଶ୍ୱର ମୈତ୍ରି ବିହାର ଅଂଚଳର ଯୋଗେଶ ବାଲାଜି ଗତକାଲିଠୁ ନିଖୋଜ ଅଛନ୍ତି । ସେ ଏଲେନ ଇନସ୍ଟିଚ୍ୟୁଟରେ ପାଠ ପଢ଼ନ୍ତି | ଗତକାଲି ସକାଳୁ ନିଜ ମୈତ୍ରୀ ବିହାର ଭଡ଼ା ଘରୁ କେଉଁ ଆଡ଼େ ପଳାଇ ଯାଇଛି | ରାଗିକି କେଉଁଆଡେ ପଳାଇ ଯାଇଥିବା ଘର ଲୋକ ସନ୍ଦେହ କରୁଛନ୍ତି । ହେଲେ ଗତକାଲି ସକାଳୁ ପିଲା ପଳେଇ ଥିବା ବେଳେ ଏଯାଏଁ ଫେରି ନଥିବାରୁ ପରିବାର ଲୋକ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଛନ୍ତି