ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟା ବନ୍ଦ ଡାକରା

ଟିଟିଲାଗଡ : ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟା ବନ୍ଦ ଡାକରା । ଦିର୍ଘ ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଛି ଟିଟିଲାଗଡ ଜିଲ୍ଲା ଦାବି । ଏନେଇ ଆଜି ସକାଳ ୬ଟାରୁ ସନ୍ଧା୬ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ଜିଲ୍ଲା କ୍ରିୟାନୁଷ୍ଠାନ କମି ନିଷ୍ପତ୍ତି ନେଇଛି ।କେବଳ ଜରୁରୀକାଳୀନ ସେବାକୁ ଛାଡି ଦେଲେ ଅନ୍ୟ ସମସ୍ତ ସରକାରୀ ବେସରକାରୀ ଅଫିସ, ସ୍କୁଲ, ବ୍ୟାଙ୍କ, ପେଟ୍ରୋଲ ପମ୍ପ, ଦୋକାନ ବଜାର, ବସ ଓ ସମସ୍ତ ଯାନବାହନ ବନ୍ଦ ରହିବ ବୋଲି କ୍ରିୟାନୁଷ୍ଠାନ କମିଟି ସଭାପତି କହିଛନ୍ତି ।