ଜନ୍ମଦିନ ପାଳିବେ ନାହିଁ ସୋନିଆ

(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଡିସେମ୍ଵର ୯ ଅର୍ଥାତ୍ ଆସନ୍ତାକାଲି ୭୩ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି। କିନ୍ତୁ ଚଳିତ ବର୍ଷ ନିଜ ଜନ୍ମଦିନ ପାଳନ କରିବେ ନାହିଁ ସୋନିଆ। ସମଗ୍ର ଦେଶରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର, ହିଂସା ଓ ଦୁଷ୍କର୍ମ ଘଟଣାକୁ ନେଇ ମହିଳାଙ୍କ ସୁରକ୍ଷା ଉପରେ ଚିନ୍ତା କରି ସୋନିଆ ଗାନ୍ଧି ଏଭଳି ନିଷ୍ପତ୍ତି ନେଇଛନ୍ତି।
ଦେଶର ବିଭିନ୍ନ ଭାଗରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଦୁଷ୍କର୍ମ ଘଟଣାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦୁଃଖିତ ଅଛନ୍ତି। ଏହି କାରଣରୁ ସେ ଚଳିତ ବର୍ଷ ତାଙ୍କର ଜନ୍ମଦିନ ପାଳନ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ଦେଶରେ ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସହ ଉନ୍ନାଓ ଦୁଷ୍କର୍ମ-ହତ୍ୟା ଘଟଣାରେ ଲୋକମାନେ ମର୍ମାହତ ହୋଇଥିବା ସମୟରେ ସୋନିଆ ଗାନ୍ଧି ଏଭଳି ନିଷ୍ପତ୍ତି ନେଇଛନ୍ତି।