(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା କୋଣାର୍କ ଚନ୍ଦ୍ରଭାଗା ମେନରୋଡର କଇଁଚବାଡିଠାରେ ଭାରସାମ୍ୟ ହରାଇ ବାଇକଟି ପୋଲଖୁଣ୍ଟରେ ପଟିହୋଇଯାଇଥିଲା । ଫଳରେ ଦୁଇଜଣ ବାଇକ ଆରେହୀଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛି । ଏହି ଘଟଣାସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତୁରୁ ଉଭୟଙ୍କ ଘର ବ୍ରହ୍ମଗିରି ବୋଲି ଜଣାପଡିଛି । ମୃତ ବ୍ୟକ୍ତି ହେଲେ ନିରଞ୍ଜନ ସାହଣି ଏବଂ ଗୁରୁତର ଆହତ ବ୍ୟକ୍ତି ହେଲେ ଜୟନ୍ତ ସାହୁ। ଆହତ ବ୍ୟକ୍ତି ଓ ମୃତ ବ୍ୟକ୍ତିକୁ ଗୋପ ଡାକ୍ତରଖାନାକୁ ପଠାଯାଇଛି।