(ମମତା ସାମଲ)ରିପୋର୍ଟସଟୁଡେ: ଧୀରେ ଧୀରେ ରାଜ୍ୟରେ ବଢିବାରେ ଲାଗିଛି ଶୀତ ପ୍ରକୋପ । କୁହୁଡ଼ି କମିବା ସହ ତାପମାତ୍ରା ବି ହ୍ରାସ ପାଉଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ, ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡ଼ିରେ ୯.୫ ଡିଗ୍ରୀ ସେଲସିୟସ୍ରେ ପହଞ୍ଚିଛି। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍କୁ ଖସିଛି।
ସେହିପରି ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍କୁ ଖସିଛି। ୮ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀକୁ ହ୍ରାସ ପାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ, କିନ୍ତୁ ୪୮ ଘଣ୍ଟା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ୩ ଡିଗ୍ରୀ ପର୍ୟ୍ୟନ୍ତ ହ୍ରାସ ପାଇପାରେ ବୋଲି ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।