ମଣିଷଖୀଆ ସୁନ୍ଦରୀକୁ ସାବଧାନ

(ଜଗନ୍ନାଥ ଅଗ୍ରୱାଲ): ଦୀର୍ଘ ୫୦ ଦିନର ଛକାପଞ୍ଝା ପରେ ଗତକାଲି ମଣିଷ ଶିକାର କରିଛି ବାଘୁଣୀ ‘ସୁନ୍ଦରୀ’ । ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବାଘୁଣୀ ସୁନ୍ଦରୀର ମଣିଷ ଶିକାର ପରେ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମହିଳାଙ୍କ ମୃତ୍ୟୁ ପରେ ହାତୀବାରି ବିଟ୍ ହାଉସ ପୋଡି ଦେଇଥିଲେ ଉତ୍ୟକ୍ତ ଲୋକ । ଏହାସହ ବନ କର୍ମଚାରୀଙ୍କୁ ମାଡ ମାରିଥିଲେ । ଏବେ ସ୍ଥାନୀୟ ଲୋକଙ୍କୁ ରାତି ଦିନ ମଣିଷ ଖିଆ ସୁନ୍ଦରୀର ଭୟ ଘାରିଛି । ଆଜି ବି ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ ସାତକୋଶିଆରେ ଥିବା ବୋଟ ଗୁଡିକୁ ପୋଡି ଦେଇଛନ୍ତି । ସାତକୋଶିଆ ଭିତରେ ଥିବା ଗାଁ ଗୁଡିକରେ ଭୟର ବାତାବରଣ ଖେଳିଯାଇଛି । ସମସ୍ତଙ୍କୁ ଘାରିଛି ସୁନ୍ଦରୀ ଭୟ । ବାଘ ବଂଶର ବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ ମଧ୍ୟପ୍ରଦେଶ ବାନ୍ଧବଗଡ ଅଭୟାରଣ୍ୟରୁ ବାଘୁଣୀ ସୁନ୍ଦରୀକୁ ଆଣି ସାତକୋଶିଆ ଅଭୟାରଣ୍ୟରେ ଛଡା ଯାଇଥିଲା ।

ମିଳିଥିବାସୂଚନା ଅନୁଯାୟୀ, ବାଘୁଣୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହେବା ପରେ ଏଥିରେ ସ୍ଥାନୀୟ ଲୋକେ ଉତ୍ୟକ ହୋଇ ହାତୀବାରୀ ବିଟ୍ ହାଉସରେ ପୋଡାଜଳା କରିଥିଲେ । କାର୍ୟ୍ୟାଳୟରେ ନିଆଁ ଲଗାଇବା ସହ ବନ ବିଭାଗ କର୍ମଚାରୀଙ୍କୁ ମାଡ ମାରିଛନ୍ତି । ଛେଳି ଚରାଇବା ପାଇଁ ଯାଇଥିବା ବେଳେ କୈଳାଶଙ୍କର ବାଘୁଣୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । । ବାଘୁଣୀ ସୁନ୍ଦରୀକୁ ସାତକୋଶିଆରେ ଛାଡିବା ଦିନଠାରୁ ସ୍ଥାନୀୟ ଅଂଚଳବାସୀ ଏହାକୁ ବିରୋଧ କରି ଆସୁଛନ୍ତି । କିନ୍ତୁ ଏହାକୁ ବନବିଭାଗ ଅଣଦେଖା କରିବା ସହ ଗୁଜବ ବୋଲି କହିଆସୁଛି ।