(ଜଗନ୍ନାଥ ଅଗ୍ରୱଲ) : ମହିଳାଙ୍କୁ ଟାଣିନେଲା ବାଘୁଣୀ । ଆଜି ସକାଳେ ଟିକରପଡ଼ା ରେଞ୍ଜ୍ ହାତୀବାରିର କୈଳାଶ ସାୟା ଗାଁ ପାଖ ନାଳକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ ବାଘୁଣୀ ଟାଣି ନେଇଥିଲା! ତେବେ ଘରକୁ ଫେରିବାରେ ବିଳମ୍ୱ ହେଉଥିବା ଦେଖି ପରିବାର ଲୋକେ କୈଳାଶଙ୍କୁ ଚାରିଆଡେ ଖୋଜିଥିଲେ। ମାତ୍ର ତାଙ୍କର ପତ୍ତା ମିଳିନଥିଲା। ତେବେ ତାଙ୍କ କ୍ଷତବିକ୍ଷତ ମୃତଦେହ ଜଙ୍ଗଲ ଭିତରେ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି
ଏହି ଖବର ପ୍ରଚାରିତ ହେବା ପରେ ପୁରୁଣାକୋଟ୍ ଓ ଟିକରପଡ଼ା ରେଞ୍ଜ ଅଫିସ ଆଗରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବି ଓ ବାଘଙ୍କ ଆକ୍ରମଣରୁ ସୁରକ୍ଷା ଦାବିରେ କ୍ଷତିଗ୍ରସ୍ତ ପ୍ରଜାସଂଘ ଓ ସାତକୋଶିଆ ଅଭୟାରଣ୍ୟବାସୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ ବନ ବିଭାଗର କୌଣସି ପ୍ରତିକ୍ରିୟା ମିଳିପାରିନି।