(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଶୀତ ଦିନରେ ସଂନ୍ଧ୍ୟାରେ ମୁଢିପାଗର ମଜା ଅଲଗା । କାରଣ ଓଡ଼ିଆମାନଙ୍କ ଏକ ଭଲ ଖାଦ୍ୟ ହେଉଛି ମୁଢ଼ି। ସାଧାରଣତଃ ସନ୍ଧ୍ୟା ସମୟରେ ଓଡ଼ିଆମାନେ ଝାଲ ମୁଢ଼ି ଖାଇବାକୁ ବେଶ ପସନ୍ଦ କରନ୍ତି। ତେବେ ଆସନ୍ତୁ ଜାଣିବା ଘରେ କେମିତି ବନେଇବେ ଓଡ଼ିଆ ଷ୍ଟାଇଲରେ ସ୍ୱାଦିଷ୍ଟ ଝାଲ ମୁଢ଼ି।
ସାମଗ୍ରୀ ,୪ କପ୍ ମୁଢ଼ି ,ଗୋଟେ କପ୍ କଟା ଟମାଟ ,ଦୁଇ ଚାମଚ କଟା ନଡ଼ିଆ ,କଟା ପିଆଜ ,ଧନିଆ ପତ୍ର ,ଟମାଟ କେଚପ୍ ,କଟା କଞ୍ଚା ଲଙ୍କା ,ଗୋଟିଏ ଲେମ୍ବୁ ,ସିଝା ମଟର ଗୋଟେ କପ୍ ,ଗୋଟେ ଚାମଚ ଚାଟ୍ ମସଲା ,ଗୋଟେ କପ୍ ସେଓ ମିକ୍ସଚର ,ସୋରିଷ ତେଲ ,ବାଦାମ ଭଜା
ପ୍ରଣାଳୀ
ଗୋଟେ ପାତ୍ରରେ ସିଝା ମଟର, କଟା ପିଆଜ, କଟା କଞ୍ଚାଲଙ୍କା, କଟା ଟମାଟ, ନଡ଼ିଆ, ଧନିଆ ପତ୍ର, ବାଦାମ ଭଜା, ଚାଟ୍ ମସଲା ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହାପରେ ଏଥିରେ ଟମାଟ କେଚ୍ଅପ୍ ପକାନ୍ତୁ। ଏହାପରେ ମୁଢ଼ି ଏବଂ ସେଓ ମିକ୍ସଚର ପକାଇ ଭଲ ଭାବେ ଗୋଳାନ୍ତୁ। ଏହା ପରେ ଅଧ ଚାମଚ ଲେମ୍ବୁ ରସ ପକାଇ ଗୋଳାଇଦିଅନ୍ତୁ। ଶେଷରେ ଏଥିରେ ସୋରିଷ ତେଲ ଦୁଇ ଚାମଚ ପକାଇ ସର୍ଭ କରନ୍ତୁ ଝାଲ ମୁଢ଼ି।