(ପ୍ରିୟଦର୍ଶନୀ ସ୍ୱାଇଁ)ରିପୋର୍ଟସ ଟୁଡ଼େ: ଆଜିକାଲି ସମସ୍ତେ ନିଜ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ଏପରି କିଛି ଖାଦ୍ୟ ଅଛି ଯାହା ଆମିଷକୁ ମଧ୍ୟ ପଛରେ ପକାଇଦବ । ପନିର ମଧ୍ୟ କିଛି ଜଣ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଯଦି ଆପଣ ପନିରରେ ଚିଜ କ୍ୟୁବ୍ସ ପ୍ରସ୍ତୁତ କରନ୍ତି । ତେବେ ଏହାକୁ ସମସ୍ତେ ଖାଇବାକୁ ପସନ୍ଦ କରିବେ । ତେବେ ଆଜି ଆମେ ବନାଇବା ଚିଜ କ୍ୟୁବ୍ସ । ଯାହା ଘରେ ଅତି ସହଜରେ ବନାଇ ପାରିବେ ।
ଆବଶ୍ୟକୀୟ ସାମଗ୍ର: ମଇଦା-୩ଚାମଚ,ପୋଦିନା-ଅଳ୍ପ,ଲୁଣ-ସ୍ୱାଦନୁଶାରେ,ଲାଲ ଲଙ୍କା ଗୁଣ୍ଡ-୩ଚାମଚ,ପନିର-୩୦୦ଗ୍ରାମ,କର୍ଣ୍ଣଫ୍ଲୋର-୨ଚାମଚ,ବ୍ରେଡ଼କ୍ରମ୍ବ ।
ପ୍ରସ୍ତୂତ ପ୍ରଣାଳି: ପ୍ରଥମେ ଏକ ପାତ୍ରରେ ମଇଦା,ଲୁଣ,ଲଙ୍କାଗୁଣ୍ଡ,ପୋଦିନା ଏବଂ ବ୍ରେଡ଼କ୍ରମ୍ବ ପକାଇ ମିଶାଇ ଦିଅନ୍ତୁ । ଅନ୍ୟ ଏକ ଛୋଟ ପାତ୍ରରେ କର୍ଣ୍ଣଫ୍ଲୋରରେ କିଛି ପାଣି ମିଶାଇ ରଖନ୍ତୁ । ଏବେ ପନିରକୁ କର୍ଣ୍ଣଫ୍ଲୋରରେ ପାଣିରେ ବୁଡ଼ାଇ ଦିଅନ୍ତୁ । ବର୍ତ୍ତମାନ ପୁର୍ବରୁ ପ୍ରସ୍ତୁତ ମଇଦା ମେରିନାଟରେ ଗୋଳାଇ ବ୍ରେଡ଼କ୍ରମ୍ବରେ ବୁଡ଼ାଇ ରଖନ୍ତୁ । ଗ୍ୟାସ ଅନ କରି କରେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ରଖିଥିବା ପନିରକୁ ଛାଣନ୍ତୁ । ମୋମୋ ସସ୍ ସହ ସର୍ଭ କରନ୍ତୁ ଚିଜ୍ କ୍ୟୁବ୍ସ ।