(ପ୍ରିୟଦର୍ଶନୀ ସ୍ୱାଈଁ)ରିପୋଟରର୍ସ ଟୁଡ଼େ: ପୁଣି ଲିଡ ରୋଲ଼ରେ ନଜର ଆସିବେ ଓଲିଉଡ଼ ନାୟିକା ଦେବଯାନୀ । ରବିନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଧେଶିତ “ଜଙ୍ଗଲ ରାଜ” ସିନେମାରେ ସେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଅଭିନେତା ବିଭାସଙ୍କ ସହ ଦେବଯାନୀ ଅଭିନୟ କରିଛନ୍ତି । ଦେବଯାନୀ ଓଡ଼ିଆ ଚଳଚ୍ଚିତ୍ର “ରଙ୍ଗିଲା ଟୋକା,” ଅଜାତ ଶତ୍ରୃ” , ଖାସ ତୁମରି ପାଇଁ”, ପ୍ରଭୂତି । ବିଶେଷ କରି “ରଙ୍ଗିଲା ଟୋକା” ଫିଲ୍ମରେ ପପୁ ପମ୍ ପମ୍ ଙ୍କ ବିପକ୍ଷରେ ଅଭିନୟ କରି ବେଶ ସଫଳତା ସାଉଁଟି ପାରିଥିଲେ । ଦେବଯାନୀ “ତୋ ଆଖିରେ ମୋ ଆଖି ମିଶିଲା”, “ଲଗା କଇଁଆ” ଗୀତରେ ଘରେ ଘରେ ପରିଚିତ ହୋଇପାରିଥିଲେ ।